ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

ସମ୍ବଲପୁର(ସଞ୍ଜୟ ଜେନା)ଆଜି ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବଣ୍ଟନ ହେଉଥିବା ଟଙ୍କିକିଆ ଚାଉଳର ଗୁମର ଖୋଲିଛନ୍ତି। କହିଛନ୍ତି ଭାରତ ସରକାର ୨୯ରୁ ୩୦ ଟଙ୍କାରେ ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ସେଥିରେ ମାତ୍ର ୨ ଟଙ୍କା ମିଶାଉଛନ୍ତି । ମାତ୍ର ୨ ଟଙ୍କା ଦେଇ ଓଡ଼ିଶା ସରକାର କହୁଛନ୍ତି ଶସ୍ତାରେ ଦେଉଛନ୍ତି । ଆପଣଙ୍କୁ ରାଜ୍ୟ ସରକାର ମିଛ କହୁଛି କି ନାହିଁ କହନ୍ତୁ ବୋଲି ମୋଦି ସଭାରେ […]

578

Tapas Behera
  • Published: Tuesday, 16 April 2019
  • , Updated: 16 April 2019, 02:47 PM IST

ସମ୍ବଲପୁର(ସଞ୍ଜୟ ଜେନା)ଆଜି ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବଣ୍ଟନ ହେଉଥିବା ଟଙ୍କିକିଆ ଚାଉଳର ଗୁମର ଖୋଲିଛନ୍ତି। କହିଛନ୍ତି ଭାରତ ସରକାର ୨୯ରୁ ୩୦ ଟଙ୍କାରେ ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ସେଥିରେ ମାତ୍ର ୨ ଟଙ୍କା ମିଶାଉଛନ୍ତି ।

ମାତ୍ର ୨ ଟଙ୍କା ଦେଇ ଓଡ଼ିଶା ସରକାର କହୁଛନ୍ତି ଶସ୍ତାରେ ଦେଉଛନ୍ତି । ଆପଣଙ୍କୁ ରାଜ୍ୟ ସରକାର ମିଛ କହୁଛି କି ନାହିଁ କହନ୍ତୁ ବୋଲି ମୋଦି ସଭାରେ ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଏମିତି ମିଛ କହି ଓଡ଼ିଶା ସରକାର ଆପଣଙ୍କୁ ଅନ୍ଧାରରେ ରଖିଛି । ମୋଦି ସରକାର ଆସିଲେ ଗରିବଙ୍କୁ ଘର ପ୍ରଦାନ ତ୍ୱରାନ୍ୱିତ ହେବ।

୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବ। ପକ୍କା ଘର ସହ ଉଜ୍ଜ୍ୱଳା ଗ୍ୟାସ୍, ସୌଭାଗ୍ୟ ବିଜୁଳି ମିଳିବ। ଏଥିସହ ଏଲଇଡି ବଲ୍ବ, ଶୌଚାଳୟ ବି ଦିଆଯିବ। ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବ। ଓଡ଼ିଶାରେ ଏଥର ନିଶ୍ଚିତ ଡବଲ ଇଂଜିନ ସରକାର ଗଠନ ହେବ ବୋଲି ମୋଦି କହିଛନ୍ତି।

Related story