ବିଜେଡି ଓ କଂଗ୍ରେସକୁ ଘାଇଲା କଲେ ମୋଦି, କହିଲେ ପରିବର୍ତ୍ତନ ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି-“ବିଜେଡିର ନୀତି ନିୟମ ଠିକ୍ ଥିଲେ କୃଷକଙ୍କୁ ଦେଢ଼ ଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପ୍ରାୟ ୫୦ […]

MODI-SLAMS-BJD-AND-CONGRESS-IN-ODISHA-AND-CALLS-FOR-CHANGE

Manoranjan Sial
  • Published: Saturday, 06 April 2019
  • , Updated: 06 April 2019, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ଵାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି-“ବିଜେଡିର ନୀତି ନିୟମ ଠିକ୍ ଥିଲେ କୃଷକଙ୍କୁ ଦେଢ଼ ଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପ୍ରାୟ ୫୦ ଲକ୍ଷ କୃଷକଙ୍କ ସହାୟତା ଟଙ୍କା ରୋକାଯାଇ ନଥାନ୍ତା। ଗରିବଙ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥାନ୍ତା। କୋଇଲା ପ୍ରକଳ୍ପ ଅଟକି ନଥାନ୍ତା। ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ଅଧିକ ଲୋକଙ୍କୁ ପକ୍କାଘର ମିଳିଥାନ୍ତା। ଓଡ଼ିଶା ସରକାର କେନ୍ଦ୍ରର ଅର୍ଥ ଠିକ୍ ଭାବେ ଖର୍ଚ୍ଚ କରିପାରୁ ନଥିବା ବେଳେ ରାଜ୍ୟ ପାଉଥିବା ରୟାଲଟି ଟଙ୍କା ବିନିଯୋଗ ହୋଇପାରୁନାହିଁ।”

ସେ କହିଛନ୍ତି-“ବିଜେଡି ଓ କଂଗ୍ରେସ ପାଇଁ ଆଦିବାସୀ ଓ ଦଳିତ କେବଳ ଭୋଟ ବ୍ୟାଙ୍କ ହୋଇ ରହିଛନ୍ତି। ସେମାନଙ୍କ ଉନ୍ନତି ପାଇଁ ଉଭୟେ ଧ୍ୟାନ ଦେଇନାହାନ୍ତି। ସେଥିପାଇଁ ଓଡ଼ିଶାରେ କଂଗ୍ରେସ ନିଶ୍ଚିହ୍ନ ହେବାକୁ ବସିଛି।”

ସୁନ୍ଦରଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ତଥା ବରଗଡ଼ ଲୋକସଭା ମଣ୍ଡଳୀର ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ସମେତ ସ୍ଥାନୀୟ ବିଜେପି ପ୍ରାର୍ଥୀ, ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସୋନପୁରରେ ମୋଦି ଆହୁରି ଆକ୍ରମଣାତ୍ମକ ହୋଇଥିଲେ। ବିରୋଧୀଙ୍କୁ ନିଶାନା କରି ମୋଦି କହିଥିଲେ, ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଆଦିବାସୀ ଏବଂ ଦଳିତ କେବଳ ଗୋଟିଏ ଗୋଟିଏ ଭୋଟବ୍ୟାଙ୍କ। ସେମାନଙ୍କ ଉନ୍ନତି ନିମନ୍ତେ ଧ୍ୟାନ ଦେଇନଥିବାରୁ ଓଡ଼ିଶାରେ ଏହି ଦୁଇ ଦଳ ନିଶ୍ଚିହ୍ନ ହେବାକୁ ବସିଛି। ୧୯ ବର୍ଷ ଧରି ଓଡ଼ିଶାବାସୀ ଯାହାକୁ ବିଶ୍ୱାସ କରିଥିଲେ, ସେ କିଛି ବି କରିନଥିବାରୁ ଏବେ ତାଙ୍କୁ ହଟାଇବାର ସମୟ ଆସିଛି। ସୋନପୁର ମାଟିରୁ ପୁଣି ଥରେ ଆଜି ପୁଣି କଂଗ୍ରେସ ମୁକ୍ତ ଭାରତର ନାରା ଦେଇଛନ୍ତି ମୋଦି।

Related story