ଏହି ସବୁ ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)୨୦୧୯ ଲଢ଼େଇ ପାଇଁ ଓଡ଼ିଶାକୁ ପ୍ରଥମ ନିର୍ବାଚନୀ ପ୍ରଚାରରେ ଆସି ରାଜ୍ୟ ସରକାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଆଜି ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ପ୍ରଥମ ଥର ଲାଗି ବେଶ୍ କଡ଼ା ସମାଲୋଚନା କରିଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ନବୀନଙ୍କ ନାଁ […]

768

768

Tapas Behera
  • Published: Friday, 29 March 2019
  • Updated: 29 March 2019, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)୨୦୧୯ ଲଢ଼େଇ ପାଇଁ ଓଡ଼ିଶାକୁ ପ୍ରଥମ ନିର୍ବାଚନୀ ପ୍ରଚାରରେ ଆସି ରାଜ୍ୟ ସରକାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଆଜି ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ପ୍ରଥମ ଥର ଲାଗି ବେଶ୍ କଡ଼ା ସମାଲୋଚନା କରିଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ନବୀନଙ୍କ ନାଁ ନ ନେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ ମୋଦି।

ମୋଦି ଚିଟ୍‌ଫଣ୍ଡ ଦୁର୍ନୀତି, ଖଣି ଘୋଟାଲା, ନାରୀ ନିର୍ଯ୍ୟାତନା ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ଏବଂ ଚାଷୀଙ୍କ ନାଁରେ କାଳିଆ ଯୋଜନାରେ ଗଡ଼ବଡ଼ିକୁ ଆଜି ମୁଖ୍ୟ ପ୍ରସଙ୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ଶାଣିତ ଭାଷଣରେ ଚିଟଫଣ୍ଡ୍ ଘୋଟାଲାରେ ରାଜ୍ୟବାସୀଙ୍କୁ ଲୁଟିଥିବା ସରକାର କ’ଣ ମଜବୁତ ସରକାର ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ମୋଦି । ସେହିଭଳି ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ବାରମ୍ବାର ବିନତି ପରେ ରାଜ୍ୟ ସରକାର ଏ ଯୋଜନାରେ ଯୋଡ଼ି ନହେବା ପଛରେ କି ଗଣିତ ରହିଛି,ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତା’ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଗଡ଼ବଡ଼ି ପ୍ରସଙ୍ଗକୁ ବି ଛାଡ଼ି ନାହାନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ରାଜ୍ୟ ସରକାର ଏଯାଏଁ ହିତାଧିକାରୀଙ୍କ ତାଲିକା ଦେଇ ପାରୁନାହାନ୍ତି । କୃଷକଙ୍କ ନାଁରେ ଭୂତ ହିତାଧିକାରୀ ଟଙ୍କା ଲୁଟୁଥିବା ବେଳେ ଏ ଖେଳ ବନ୍ଦ୍ ହେବାର ସମୟ ଆସିଛି ।

ଏଥିସହ ନାରୀ ନିର୍ଯାତନା ଆଦିବାସୀ ବିରୋଧୀ ଆଭିମୁଖ୍ୟ ନେଇ ବି ସରକାରଙ୍କୁ ମନଭରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା ସହ ଅନ୍ୟପଟେ ବିଜେପିକୁ ଭୋଟ୍ ଦେଇ ବିପୁଳ ସଂଖ୍ୟାରେ ଜିତାଇବାକୁ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୋଦି ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାୟକ ପ୍ରାର୍ଥୀ ଓ ୨ ସାଂସଦ ପ୍ରାର୍ଥୀଙ୍କ ନାଁ ନେଇ ସେମାନଙ୍କୁ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ।  ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଡବଲ ଇଂଜିନ୍‌ ସରକାର ମାଧ୍ୟମରେ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି କହିଥଲେ ପ୍ରଧାନମନ୍ତ୍ରୀ ।

ସଭାମଞ୍ଚରେ ଗତକାଲି ଘର ବାହୁଡ଼ା କରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ କଥା ହେବା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ମଧ୍ୟ କିଛି ସମୟ ପାଇଁ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେହିପରି ପୁଲଓ୍ୱାମା ଆକ୍ରମଣ ଓ ବାଲାକୋଟ ଏୟାରଷ୍ଟ୍ରାଇକ୍ ପ୍ରସଙ୍ଗ ଉଠାଇ ସେ କଂଗ୍ରେସକୁ ଟାର୍ଗେଟ କରିଥିଲେ । କହିଥିଲେ ଗୋଟିଏ ମାସ ହେଲାଣି ପାକିସ୍ତାନ ଶବ ଗଣୁଥିବା ବେଳେ ଏପଟେ ଏମାନେ ପ୍ରମାଣ ମାଗୁଥିବା କହି କଂଗ୍ରେସକୁ ତାଚ୍ଛଲ୍ୟ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos