ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା

ଯାଜପୁର (ଗୁଲାମ ଗସ୍): ବିଜେଡି ଛାଡ଼ିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ  କରିଛନ୍ତି ଯେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପରିଣତ ହୋଇଯାଇଛି। ଜଣେ ଆଇଏଏସ୍ ଅଫିସର ଓ ତାଙ୍କର ୪/୫ଜଣ ବୋଲକରା କ୍ଷମତାକୁ କରାୟତ କରିଛନ୍ତି। ଦଳକୁ ଏକ ଗୋପନୀୟ ଦଲିଲରେ ପରିଣତ କରାଯାଇଛି। ମୋହନ ଜେନା ଆହୁରି ଲେଖିଛନ୍ତି […]

mohan1

mohan1

Jitendra Garnayak
  • Published: Friday, 29 March 2019
  • Updated: 29 March 2019, 08:47 AM IST

Sports

Latest News

ଯାଜପୁର (ଗୁଲାମ ଗସ୍): ବିଜେଡି ଛାଡ଼ିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ  କରିଛନ୍ତି ଯେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପରିଣତ ହୋଇଯାଇଛି। ଜଣେ ଆଇଏଏସ୍ ଅଫିସର ଓ ତାଙ୍କର ୪/୫ଜଣ ବୋଲକରା କ୍ଷମତାକୁ କରାୟତ କରିଛନ୍ତି। ଦଳକୁ ଏକ ଗୋପନୀୟ ଦଲିଲରେ ପରିଣତ କରାଯାଇଛି।

ମୋହନ ଜେନା ଆହୁରି ଲେଖିଛନ୍ତି ଯେ ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଲୋକ ହେଉଛନ୍ତି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର। ସେମାନଙ୍କ ଭୋଟ୍‌ରେ ନବୀନ ବାବୁ କ୍ଷମତାରେ ବସିଛନ୍ତି। କିନ୍ତୁ ରାଜ୍ୟରେ ଦଳିତ, ଆଦିବାସୀ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ବଢ଼ିଛି। ଏଥିପାଇଁ ସେ ଦଳ ତ୍ୟାଗ କରୁଛନ୍ତି।

ସୂଚନାଯୋଗ୍ୟ, ମୋହନ ଜେନା ବିଜେଡି ଟିକେଟ୍‌ରେ ଦୁଇ ଥର ଯାଜପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୪ରେ ଦଳ ରୀତା ତରାଇଙ୍କୁ ଟିକେଟ୍ ଦେଇଥିଲା। ସେହିପରି ଦଳ ଏଥର ଶର୍ମିଷ୍ଠା ସେଠୀଙ୍କୁ ଟିକେଟ୍ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos