ମୋକିମ ଆଶ୍ୱସ୍ତ; ବଜାୟ ରହିଲା ବିଧାୟକ ପଦ

କଟକ(ଓଡ଼ିଶା ରିପୋର୍ଟର):  ଓଆରଏଚଡିସି ଦୁର୍ନୀତି ମାମଲାରେ ଆଶ୍ୱସ୍ତ ହେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ ଏବଂ ଅନ୍ୟ ତିନି ଜଣଙ୍କୁ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର […]

Mokim

Mokim

Niharika Rout
  • Published: Wednesday, 19 October 2022
  • Updated: 19 October 2022, 11:48 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ଓଆରଏଚଡିସି ଦୁର୍ନୀତି ମାମଲାରେ ଆଶ୍ୱସ୍ତ ହେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ ଏବଂ ଅନ୍ୟ ତିନି ଜଣଙ୍କୁ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷ ଜେଲ ଦଣ୍ଡାଦେଶ ଏବଂ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ  । ଏହି ଦଣ୍ଡାଦେଶକୁ ବିରୋଧ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଗତ ୧୦ ତାରିଖରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ମୋକିମଙ୍କ ଆବେଦକୁ ଗ୍ରହଣ କରିବା ସହ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଏହା ଛଡ଼ା ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଆଜିର ରାୟ ପରେ ବେଶ୍‌ ଆଶ୍ୱସ୍ତ ଅଛନ୍ତି ମୋକିମ ।

୨୦୧୩ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ, ଯେକୌଣସି ରାଜନେତା ୨ ବର୍ଷରୁ ଅଧିକ ସଜା ହେଲେ ଆପେଆପେ ବିଧାୟକ ପଦ ପଳାଇଯିବ ।  ତେଣୁ ଏ ଦୃଷ୍ଟିରୁ ଆଜି ହାଇକୋର୍ଟରେ ଶୁଣାଣି ପରେ ମୋକିମ ବେଶ୍‌ ଖୁସି ଅଛନ୍ତି। ଏବେ ତାଙ୍କ ବିଧାୟକ ପଦ ଯିବାର ଆଉ ଆଶଙ୍କା ନାହିଁ ।

ଏନେଇ ମୋକିମ କହିଛନ୍ତି,  ଏ କେସ୍‌ରେ ଆମର କିଛି ବି ସମ୍ପୃକ୍ତି ନାହିଁ। ଯେହେତରୁ ରାଜନୀତିରେ ଅଛି ଓ ବ୍ୟବସାୟ କରୁଛି । ତେଣୁ ଆକ୍ରୋଶର ସମ୍ମୁଖୀନ ହେଉଛୁ । କୌଣସି ପ୍ରକାର ଅନିୟମତତା ହୋଇନି। ୨୯ ବର୍ଷ ଭିତରେ ଆମ ନାଁରେ କିଛି କେସ୍‌ ହୋଇନି । ମୋ ବିଶ୍ୱାସ ଅଛି କଟକସହରବାସୀ ମୋ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନଙ୍କ ଭଲ ଭାଇବାକୁ ସମ୍ମାନ ଦେବି ।

କ’ଣ ଥିଲା ଘଟଣା

୨୦୦୦ ମସିହା ଜାନୁଆରୀ ୪ ତାରିଖରୁ ୨୦୦୧ ମସିହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ। ସେହି ସମୟରେ ସ୍ୱସ୍ତି ରଞ୍ଜନ ମହାପାତ୍ର ORHDCର କମ୍ପାନୀ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ ORHDCରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲା।

ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ କଂପାନୀ ପକ୍ଷରୁ ଋଣ ଆବେଦନ କରାଯାଇଥିଲା। ବିନୋଦ କୁମାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଋଣ ଆବେଦନ ଦରଖାସ୍ତକୁ ଯାଞ୍ଚ କରି ପୂରା ପ୍ରକ୍ରିୟା ସଂପାଦନ କରିଥିଲେ। ପରେ ଏହାକୁ ଅନୁମୋଦନ କରିବାକୁ ସେ ବିନୋଦ କୁମାରଙ୍କ ପାଖକୁ ପଠାଇଥିଲେ। ୧୫୦ ଲକ୍ଷର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ଏବଂ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ତିନିଟି କିସ୍ତିରେ ୨୦୦୦ ଜୁଲାଇ ୬ ତାରିଖରୁ ୨୦୦୦ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା।

ପ୍ରଥମ କିସ୍ତିରେ ୧୦୦ ଲକ୍ଷ ଟଙ୍କା, ଦ୍ୱିତୀୟ କିସ୍ତିରେ ୩୦ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଲୋନ୍ ଏଗ୍ରିମେଣ୍ଟ ଓ ଏ ସଂପର୍କିତ ଅନ୍ୟାନ୍ୟ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଦସ୍ତଖତ କରିଥିଲେ। ତେବେ ଋଣ ନ ସୁଝିବା ଯୋଗୁ ୩୧ ଜୁଲାଇ ୨୦୦୭ ସୁଦ୍ଧା ମେଟ୍ରୋ ବିଲ୍ଡର ଉପରେ ୬କୋଟିରୁ ଅଧିକ ଟଙ୍କା ପେଣ୍ଡିଂ ରହିଥିଲା। ଫଳରେ ସରକାରଙ୍କ ଆର୍ଥିକ କ୍ଷତି ହୋଇଥିଲା।

ଅନ୍ୟପକ୍ଷରେ ORHDCର ପରିଚାଳନା ନିର୍ଦ୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍‌ରେ ଦସ୍ତଖତ କରିବାର କ୍ଷମତା ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା। ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏମିତି କିଛି କ୍ଷମତା ଦିଆଯାଇ ନଥିଲା। ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନ ମହାପାତ୍ର ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର୍ଯ୍ୟ କରିଥିଲେ।

ମେଟ୍ରୋ ବିଲଡର୍ସର ଋଣ ଆବେଦନକୁ ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ନିକଟରେ ଉପସ୍ଥାପନ କରାଯାଇନଥିଲା। ସେହିପରି ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା। ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍‌, ଅଗ୍ନିନିରାପତ୍ତା ପ୍ରମାଣପତ୍ର ଓ ଏଭଳି ଅନେକ ଡକ୍ୟୁମେଣ୍ଟକୁ ଠିକ୍ ଭାବେ ଯାଞ୍ଚ କରାଯାଇନଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ କରାଯାଇଥିବା ଏସବୁ ଡକ୍ୟୁମେଣ୍ଟ ନକଲି ଥିଲା। ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ଋଣ ଦିଆଯାଇଥିଲା।

ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଯେଉଁ ତଥ୍ୟ ପ୍ରମାଣ ଦିଆଯାଇଥିଲା, ତାହା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଫଳରେ ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ  ହୋଇଥିଲା।  ସେମାନଙ୍କୁ ଜେଲ୍‌ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ନିଜ ରାୟରେ କହିଥିଲେ। ମୋକିମ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିବା ବେଳେ ଏବେ ନିଜ ସପକ୍ଷରେ ରାୟ ଆସିଥିବାରୁ ବେଶ୍‌ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story