ଓଡ଼ିଶାରେ ‘ମଙ୍କିପକ୍ସ’ ଲକ୍ଷଣ ଚିହ୍ନଟ ହୋଇନି, ତଥାପି ସରକାର ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁରୋପୀୟ ରାଷ୍ଟ୍ରରେ ଅଚାନକ ‘ମଙ୍କିପକ୍ସ’ ଭାଇରସ ସଂକ୍ରମଣ ବ୍ୟାପିବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଓଡ଼ିଶା ସରକାର ଆବଶ୍ୟକ ସତର୍କତା ଅବଲମ୍ବନ କରିଛନ୍ତି । ଯଦିଓ ଏପର୍ଯ୍ୟନ୍ତ ଓଡ଼ିଶାରେ ‘ମଙ୍କିପକ୍ସ’ ଲକ୍ଷଣ ଚିହ୍ନଟ ହୋଇନି, ତଥାପି ରାଜ୍ୟ ସରକାର ଆଲର୍ଟ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା କିମ୍ବା ଦେଶରେ ଆଜିସୁଦ୍ଧା ମଙ୍କିପକ୍ସ ସଂକ୍ରମଣ ମାମଲା ପଦାକୁ ଆସିନି। କେନ୍ଦ୍ର […]

monkeypox

monkeypox

Ordigital Desk
  • Published: Saturday, 21 May 2022
  • Updated: 21 May 2022, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁରୋପୀୟ ରାଷ୍ଟ୍ରରେ ଅଚାନକ ‘ମଙ୍କିପକ୍ସ’ ଭାଇରସ ସଂକ୍ରମଣ ବ୍ୟାପିବା ପରେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଓଡ଼ିଶା ସରକାର ଆବଶ୍ୟକ ସତର୍କତା ଅବଲମ୍ବନ କରିଛନ୍ତି । ଯଦିଓ ଏପର୍ଯ୍ୟନ୍ତ ଓଡ଼ିଶାରେ ‘ମଙ୍କିପକ୍ସ’ ଲକ୍ଷଣ ଚିହ୍ନଟ ହୋଇନି, ତଥାପି ରାଜ୍ୟ ସରକାର ଆଲର୍ଟ ଅଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା କିମ୍ବା ଦେଶରେ ଆଜିସୁଦ୍ଧା ମଙ୍କିପକ୍ସ ସଂକ୍ରମଣ ମାମଲା ପଦାକୁ ଆସିନି। କେନ୍ଦ୍ର ସରକାରଙ୍କ ମଧ୍ୟବର୍ତ୍ତୀ ପରାମର୍ଶନାତା ଆଧାରରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଯଦିଓ ଏପର୍ଯ୍ୟନ୍ତ ରାଜ୍ୟ ଓ ଦେଶର କୌଣସି ସ୍ଥାନରେ ଏହି ଭାଇରସ ଲକ୍ଷଣ ଚିହ୍ନଟ ହୋଇନି । ସରକାର ଉଭୟ ଆଇସିଡିସି ଓ ଆଇସିଏମଆରକୁ ପରାମର୍ଶନାମା ପଠାଇ ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଯଦି ଏହି ନିର୍ଦ୍ଦିଷ୍ଟ ରୋଗର କୌଣସି ଲକ୍ଷଣ ଜଣାପଡ଼ୁଛି ତା’ହେଲେ ତା’ର ନମୁନା ସଂଗ୍ରହ କରି ପୁନେସ୍ଥିତ ଏନଆଇଭିକୁ ପଠାଇବାକୁ କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ସର୍ଭିଲାନ୍ସ ବ୍ୟବସ୍ଥା ବଢ଼ାଇବାକୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କେତେକ ପରାମର୍ଶନାମା ଜାରି ହୋଇଛି । ମଙ୍କିପକ୍ସ ସଂକ୍ରମିତ ହୋଇଥିବା ଦେଶରୁ ଯଦି କୌଣସି ବ୍ୟକ୍ତି ୨୧ଦିନ ଭିତରେ ଭାରତକୁ ଫେରିଛନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆବଶ୍ୟକ ନମୂନା ସଂଗ୍ରହ କରିବାକୁ କୁହାଯାଇଛି । ଏଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହି ରୋଗର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos