ମାଙ୍କଡ଼ମାନେ ବଞ୍ଚିବା ପାଇଁ ବିକଳ୍ପ ପ୍ରସ୍ତାବ ଦେଲେ ସମ୍ବିତ୍, ରାସ୍ତାକୁ ଆସି ଯାଉଥିଲା ଜୀବନ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଖାଇବାକୁ ନପାଇ ମାଙ୍କଡ଼ମାନେ ରାସ୍ତାକୁ ଆସିଲେ। ଲୋକେ ଯିଏ ଯାହା ପାଇଲା ଶ୍ରଦ୍ଧାରେ ସେମାନଙ୍କୁ ଖାଦ୍ୟ ଦେଲେ। ହେଲେ ଖାଦ୍ୟ ଲୋଭରେ ଆସି ଦୁର୍ଘଟଣାରେ ଶିକାର ହୋଇ ଜୀବନ ଗଲା। ଏନେଇ ଜିଲ୍ଲା ପ୍ରଶାସନକଙ୍କୁ ଟ୍ୱିଟ୍ ମାଧ୍ୟମରେ ଅବଗତ କରାଯାଇ ଥିଲା। ହେଲେ ପ୍ରଶାସନ ଯାହା ପଦକ୍ଷେପ ନେଇଛି ସେଥିରେ ବିଶେଷ କୌଣସି ସୁଧାର ଆସିପାରି ନାହିଁ। ଅଭ୍ୟାସ ଛାଡ଼ି ପାରି ନଥିବାରୁ ମାଙ୍କଡ଼ମାନେ ପୂର୍ବଭଳି ଖାଦ୍ୟ ପାଇଁ ଆସି ଦୁର୍ଘଟଣାର ଶିକାର ହେବା ସହ ଯାତ୍ରୀମାନେ ମଧ୍ୟ ହଇରାଣ ହେଉଛନ୍ତି। ତେଣୁ ମାଙ୍କଡ଼ମାନଙ୍କ ପାଇଁ ରାସ୍ତାଠାରୁ କିଛି ଦୂରରେ ଏକ ଖାଦ୍ୟ ପିଣ୍ଡି ତିଆରି ପାଇଁ ପୁନର୍ବାର ଟ୍ୱିଟ୍ କରାଯାଇଛି। ଢ଼େଙ୍କାନାଳର କପିଳାସ ମନ୍ଦିରକୁ ଯାଇଥିବା ରାସ୍ତାରେ ଏହା ନିତିଦିନିଆ ସମସ୍ୟା ହୋଇଥିବା ବେଳେ ସମ୍ବିତ ନନ୍ଦ ନାମକ ଜଣେ ବ୍ୟକ୍ତି ଏନେଇ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଟ୍ୱିଟ୍ କରି ସମାଧାନର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
Thanks @districtadmndkl, @DfoDhenkanal, @pccfodisha and @peta for responding to the call. 2 days back I have posted the concern and now they've put banners forbidding feeding monkey. Hope forest dept will soon make pindis at few feet distance from road side for feeding monkeys. pic.twitter.com/qKlVOx2LHb
— Sambit Nanda (@justsambit) January 24, 2021
ସମ୍ବିତଙ୍କ କହିବା କଥା ହେଲା ଢେଙ୍କାନାଳ ଜିଲ୍ଲା କପିଳାସରେ ବହୁଦିନ ଧରି କରୋନା ପାଇଁ ମନ୍ଦିର ତଥା ଚିଡିଆଖାନା ବନ୍ଦ ଥିବାରୁ ପୀଠରେ ଥିବା ମାଙ୍କଡ଼ମାନେ ଭୋକ ଉପାସରେ ରହିଆସୁଥିଲେ । ସେଥିପାଇଁ ସେମାନେ କପିଳାସ ତଳ ଢେଙ୍କାନାଳ କପିଳାସ ମୁଖ୍ୟ ରାସ୍ତାକୁ ଯାତ୍ରୀଙ୍କଠାରୁ ଖାଦ୍ୟ ପାଇବା ଲୋଭରେ ଚାଲି ଆସୁଛନ୍ତି । ଯେବେ ବି ରାସ୍ତାରେ ଗାଡି ଯାଏ ସେମାନେ ରାସ୍ତା ମଝିକୁ ଚାଲି ଆସନ୍ତି । ତେଣୁ ପ୍ରାୟ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟେ ।
Yesterday I made a tweet addressing The Collector, Dhenkanal, Odisha and today I witnessed this while on a morning walk. Request @DfoDhenkanal, @districtadmndkl ,@pccfodisha @ForestDeptt @peta to take steps to save these innocent animals. pic.twitter.com/6WvPaFay7q
— Sambit Nanda (@justsambit) January 19, 2021
ଏ ବାବଦରେ ସେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ବନ ଅଧିକାରୀ , ପିସିସିଏଫଙ୍କୁ କିଛି ଦିନ ତଳେ ଟ୍ୱିଟ୍ କରିଥିଲେ। ସେମାନେ ଯାତ୍ରୀମାନଙ୍କୁ ସଚେତନତା ପାଇଁ ବ୍ୟାନର ସବୁ ମାରିଛନ୍ତି । ବ୍ୟାନରରେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ବୋଲି ଉଲ୍ଲେଖ ରହିଛି। ମାତ୍ର ସମସ୍ୟା ସେଇଠି ରହିଯାଇଛି । ମାଙ୍କଡ଼ ମାନେ ଏବେ ବି ଭୋକ ଓପାସରେ ରହୁଛନ୍ତି । ତେଣୁ ରାସ୍ତାଠାରୁ କିଛି ଫୁଟ୍ ଦୂରରେ ମାଙ୍କଡ଼ ମାନଙ୍କ ପାଇଁ ଖାଦ୍ୟ ପିଣ୍ଡି ତିଆରି କଲେ ସାଧାରଣ ଯାତ୍ରୀ ଗାଡି ରଖି ସେଠିକି ଯାଈ ସେମାନଙ୍କୁ ଖାଦ୍ୟ ଦେଇ ପାରିବେ । ଯାହା ଦ୍ୱାରା ସେମାନେ ଆଉ ରାସ୍ତା ମଝିକୁ ଆସିବେ ନାହିଁ କି ମୃତ୍ୟୁ ମୁଖରେ ପଡିବେ ନାହିଁ ବୋଲି ପ୍ରସ୍ତାବ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।