ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ କେବେ ଛୁଇଁବ ମୌସୁମୀ? ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଦେଇଛନ୍ତି ଖୁସି ଖବର।
ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ କହିବା ଅନୁସାରେ ଦ୍ୱିତୀୟ କିମ୍ୱା ଶେଷ ରଜ (୧୫ କିମ୍ବା ୧୬ ତାରିଖ) ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ଆଜି ମୌସୁମୀ ମହାରାଷ୍ଟ୍ର, ଗୁଜରାଟ, ବିହାରର କିଛି ଅଞ୍ଚଳ ଛୁଇଁଛି। ଆଶା କରାଯାଉଛି ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳ ମୌସୁମୀ କଭର କରିପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି। ସେ ଯାଏଁ ଓଡ଼ିଶାରେ ଏମିତି ଖରା ଜାରି ରହିବ। ୧୪/୧୫ ଆଡ଼କୁ ଓଡ଼ିଶା ଆକାଶରେ ବାଦଲ ଘୋଟିପାରେ ବୋଲି ଆଇଏମ୍ଡି ବରିଷ୍ଠ ବୈଜ୍ଞାନିକ ଜେନାମଣି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।