ଫେରିଲା ମୌସୁମୀ, ହସିଲା ବଲାଙ୍ଗିର

ବଲାଙ୍ଗିର(ସସ୍ମିତା ସାହୁ): ଗ୍ରୀଷ୍ମର ପ୍ରକୋପରେ ଆଉଟୁ ପାଉଟୁ ହେଉଥିଲେ ବଲାଙ୍ଗିରବାସୀ। ହେଲେ ଏବେ ସମସ୍ତଙ୍କୁ ମିଳିଛି ଆସ୍ୱସ୍ତି। ଗତ କିଛିଦିନ ତଲେ ବଲାଙ୍ଗିରକୁ ଛୁଇଁଥିଲା ମୌସୁମୀ । ଟିକିଏ ଥଣ୍ଡା ଅନୁଭବ କରିଥିଲେ ବଲାଙ୍ଗିରବାସୀ।  କିନ୍ତୁ ମାତ୍ର ତିନି ଦିନ ପରେ ଫେରାର ହୋଇଯାଇଥିଲା। ଫଳରେ ପୁଣିଥରେ ବଲାଙ୍ଗିରର ତାପମାତ୍ରା ବଢିବଢି ୪୦ ଡିଗ୍ରୀ ଛୁଇଁଥିଲା। ତାପମାତ୍ରା ଏମିତି ବଢିଥିଲା ଯେ, ବର୍ଷାରେ ଗ୍ରୀଷ୍ମ ପ୍ରକୋପକୁ ଅନୁଭବ କରାଇ ଦେଇଥିଲା। ଚିନ୍ତାରେ ପଡିଥିଲେ ସହରବାସୀ।  କିନ୍ତୁ ଗତକାଲିଠାରୁ […]

PTI_Rajasthan

PTI_Rajasthan

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 10:26 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଗ୍ରୀଷ୍ମର ପ୍ରକୋପରେ ଆଉଟୁ ପାଉଟୁ ହେଉଥିଲେ ବଲାଙ୍ଗିରବାସୀ। ହେଲେ ଏବେ ସମସ୍ତଙ୍କୁ ମିଳିଛି ଆସ୍ୱସ୍ତି। ଗତ କିଛିଦିନ ତଲେ ବଲାଙ୍ଗିରକୁ ଛୁଇଁଥିଲା ମୌସୁମୀ । ଟିକିଏ ଥଣ୍ଡା ଅନୁଭବ କରିଥିଲେ ବଲାଙ୍ଗିରବାସୀ।  କିନ୍ତୁ ମାତ୍ର ତିନି ଦିନ ପରେ ଫେରାର ହୋଇଯାଇଥିଲା। ଫଳରେ ପୁଣିଥରେ ବଲାଙ୍ଗିରର ତାପମାତ୍ରା ବଢିବଢି ୪୦ ଡିଗ୍ରୀ ଛୁଇଁଥିଲା।

ତାପମାତ୍ରା ଏମିତି ବଢିଥିଲା ଯେ, ବର୍ଷାରେ ଗ୍ରୀଷ୍ମ ପ୍ରକୋପକୁ ଅନୁଭବ କରାଇ ଦେଇଥିଲା। ଚିନ୍ତାରେ ପଡିଥିଲେ ସହରବାସୀ।  କିନ୍ତୁ ଗତକାଲିଠାରୁ ପୁଣିଥରେ ବଲାଙ୍ଗିରକୁ ଲେଉଟି ଆସିଛି ମୌସୁମୀ। ଗତକାଲି ରାତିରେ ଭଲ ବର୍ଷା ମଧ୍ୟ ହୋଇଛି । ବର୍ଷାରେ ଭିଜିଛି ସାରା ସହର । ପୁଣିଥରେ  ମୌସୁମୀ ଫେରିଥିବାରୁ ଲୋକେ ଖୁସି ଅନୁଭବ କରିଛନ୍ତି।  ଏବେ ବର୍ଷାର ମଜା ନେବାରେ ଲାଗି ପଡିଛନ୍ତି ସମସ୍ତେ।  ବର୍ଷା  ସବୁଠୁ ବେଶି ଖୁସି ଦେଇଛି ଚାଷୀକୁ।  ଭଳ ବର୍ଷାଟିଏ ବର୍ଷିଥିବାରୁ ଚାଷୀ ଆଉ ବିଳମ୍ବ ନ କରି ଆରମ୍ଭ କରିଦେଇଛି ଚାଷ କାମ।  ଜମିରେ ହଳଲଙ୍ଗଳ ଧରି ଚାଷୀ ବିହନ ବୁଣିବା କାମ ଆରମ୍ଭ କରିଦେଇଛି । ହେଲେ ଏବେ ସହରବାସୀଙ୍କ ଚିନ୍ତା ବଢାଇଦେଇଛି ନାଲି ନର୍ଦ୍ଦମା । ବର୍ଷା ଆସିଯାଇଥିଲେ ମଧ୍ୟ ବଲାଙ୍ଗିର ପୌରସଂସ୍ଥା ଦ୍ୱାରା ସହରର ନାଳ ନର୍ଦ୍ଦମାର ଠିକ୍‌ ଭାବରେ ସଫା କରାଯାଇନାହିଁ । ଫଳରେ  ଆଉ ଟିକିଏ ଅଧିକ ବର୍ଷା ହେଲେ, ଜଳ ନିଷ୍କାସନ ହୋଇ ନ ପାରି ସହର ଭିତରେ କୃତ୍ତିମ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଶୀଘ୍ର ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ଦାବି କରୁଛନ୍ତି ସହରବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos