ଆଜି ସରିବ ଅଧିବେଶନ, ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଗଣନାକୁ ଶାସକ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବା ସହ ଆଜି ବିଧାନସଭାରେ ପୁଣି ଥରେ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡିର ‘ଓବିସି କାର୍ଡ’କୁ ପୂର୍ବରୁ କଂଗ୍ରେସର ସମର୍ଥନ ମିଳିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଓବିସି ଗଣନା ଓ […]

odisha assembly

odisha assembly

Ordigital Desk
  • Published: Wednesday, 08 September 2021
  • Updated: 08 September 2021, 09:51 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଗଣନାକୁ ଶାସକ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବା ସହ ଆଜି ବିଧାନସଭାରେ ପୁଣି ଥରେ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡିର ‘ଓବିସି କାର୍ଡ’କୁ ପୂର୍ବରୁ କଂଗ୍ରେସର ସମର୍ଥନ ମିଳିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଓବିସି ଗଣନା ଓ ସଂରକ୍ଷଣର ସୀମାକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ରଖିବା ପ୍ରସଙ୍ଗରେ ବିଧାନସଭାରେ ପ୍ରସ୍ତାବିତ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନ ଗୋଟିଏ କାର୍ଯ୍ୟ ଦିବସ ଥାଇ ବନ୍ଦ ହେବାର ସମ୍ଭାବନା ଅଛି ବୋଲି ଜଣାପଡ଼ିଛି। ପଂଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ନିଜର ‘ଓବିସି ଗଣନା’ କାର୍ଡକୁ ଜୋରସୋର ଢଙ୍ଗରେ ଉଠାଇ ରାଜ୍ୟର ୫୪ ପ୍ରତିଶତ ଓବିସି ଲୋକଙ୍କ ଆସ୍ଥାଭାଜନ ହେବାକୁ ଲକ୍ଷ୍ୟ ରଖିଛି।

ସୂଚନା ଅନୁସାରେ, ଆଜି ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ଓବିସି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ନିମନ୍ତେ ଦେବା ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇ ଦେବା ଓ ଓବିସିଙ୍କ ଗଣନା ନିମନ୍ତେ ଭାରତ ସରକାରଙ୍କୁ ରାଜ୍ୟ ଓବିସି କମିଶନ ଜଣାଇବାକୁ ଅପିଲ କରାଯିବ। ଉଲ୍ଲେଖଯୋଗ୍ୟ, ବିଜେଡି ଏବେ ଓବିସି ସଂରକ୍ଷଣ ଦାବିକୁ ଜୋରସୋରରେ ଉଠାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଚାହୁଁଛି। ବିଜେଡି ଯୁକ୍ତି ବାଢ଼ିଛି ଯେ,ରାଜ୍ୟରେ ଓବିସି ଜନଗଣନାରେ ସଂଘୀୟ ଢାଂଚା ପ୍ରତିବନ୍ଧକ ସାଜିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ। ସଂରକ୍ଷଣ ବୃଦ୍ଧି ଓ ଜାତିଭିତ୍ତିକ ଜନଗଣନା ହେଉଛି ଗୋଟଇଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଜାତିଭିତ୍ତିକ ଜନଗଣନା ହେଲେ ହିଁ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ । ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଅଧାରୁ ଅଧିକ। ସେମାନଙ୍କୁ ସେହି ସଂଖ୍ୟା ଅନୁପାତରେ ଅଧା ସଂରକ୍ଷଣ ବି ମିଳିପାରୁନି। ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟ କରିବାକୁ ବିଜେଡି ଦାବି କରୁଛି । ତେଣୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜାଣିଲେ , ବିକାଶ କରାଯାଇପାରିବ ବୋଲି ବିଜେଡି ଭାବୁଛି । ଏବେ ଜାତିଭିତ୍ତିକ ଜନଗଣନା ହେଉଛି ସମୟର ଆବଶ୍ୟକତା ଓ ଆହ୍ୱାନ। ଏନଡିଏର ଅନେକ ସହଯୋଗୀ ଦଳ ବି ସମାନ ଦାବି ଉଠାଇଛନ୍ତି । ତେଣୁ ଜାତିଭିତ୍ତିକ ଜନଗଣନା କରିବାକୁ ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବାକୁ ବିଜେଡି ଦାବି କରୁଛି ।

ବିଜେଡିର ଏହି ଦାବିକୁ କଂଗ୍ରେସ ମଧ୍ୟ ସମର୍ଥନ କରିସାରିଛି । କଂଗ୍ରେସ ନେତା ଗଣେଶ୍ୱର ବେହେରା ପୂର୍ବରୁ କହିସାରିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ତାଙ୍କ ଦଳ ଜାତୀୟ ଓ ରାଜ୍ୟସ୍ତରରେ ଦାବି କରିଆସୁଛି । ୨୦୧୧ରେ ଏସଇବିସି ଗଣନା ହେଲା, କିନ୍ତୁ ରିପୋର୍ଟ ଆସିଲା ନାହିଁ । ୨୦୧୬ରେ ଏଥିରେ କେନ୍ଦ୍ରର ବିଜେପି ସରକାର ତ୍ରୁଟି ଦେଖାଇଲେ । ଜାତିଭିତ୍ତିକ ଗଣନାରୁ କେଉଁ ବର୍ଗର କେତେ ଲୋକ ଅଛନ୍ତି, ତାହା ସ୍ପଷ୍ଟ ହୋଇପାରିବ ତଥା ସେମାନଙ୍କ ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ବି କରିହେବ । ୫୦ ପ୍ରତିଶତ ସଂରକ୍ଷଣ ସୀମା ବ୍ୟବସ୍ଥା ଉଠିବା ଦରକାର । ସୁପ୍ରିମକୋର୍ଟ ମଧ୍ୟ ଏନେଇ ସବୁ ରାଜ୍ୟର ମତାମତ ମାଗିଛନ୍ତି । ଜାତିଭିତ୍ତିକ ଗଣନା ହେଉନଥିବାରୁ ଲୋକେ ଅନ୍ଧାରରେ ରହିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ,ଜାତିଭିତ୍ତିକ ପଛୁଆବର୍ଗଙ୍କ ଗଣନା ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ୨୦୨୦ ଜାନୁଆରୀ ୧୧ତାରିଖରେ ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଜନଗଣନାରେ ଓବିସିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରାଯାଇପାରିବ ନାହିଁ ବୋଲି ରୋକଠୋକ୍ ଜଣାଇବା ପରେ ଓଡ଼ିଶା ସରକାର ୨୦୨୦ ଫେବୃୟାରୀ ୧୨ରେ ଓବିସି କମିଶନ ଗଠନ କରିଥିଲେ। ଏହାର ୫ଦିନ ପରେ ଫେବୃୟାରୀ ୧୭ରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ କରି ଓବିସି ଆଇନ-୧୯୯୩ରେ ସଂଶୋଧନ କରି ଓବିସିଙ୍କ ଗଣନା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଥିଲେ। ରାଜ୍ୟରେ ଏବେ ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story