ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ୧୧ଟି ସରକାରୀ କାର୍ଯ୍ୟଦିବସ ଅଛି। ଅଧିବେଶନର ପ୍ରଥମ ଦିନରେ ଆଜି ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ଆସନ୍ତାକାଲି ଅତିରିକ୍ତ ବଜେଟ୍ ଓ ୬ ତାରିଖରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଆଗତ ହେବ।

ବିଧାନସଭା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।  ଦୁର୍ନୀତି, ମହିଳା ନିର୍ଯାତନା, ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନ ହେବା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।

ସେହିପରି ଗୁରୁପ୍ରିୟା ଦୁର୍ନୀତି, ବେକାରୀ ସମସ୍ୟା, ଲୋକପାଳ ନିଯୁକ୍ତି ପ୍ରସଙ୍ଗ ସହ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ ଓ ବିଧାନ ପରିଷଦ ଗଠନ ପ୍ରସ୍ତାବ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ କଂଗ୍ରେସ।

Ordigital Desk
• Published: Tuesday, 04 September 2018
• Updated: 04 September 2018, 04:36 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ୧୧ଟି ସରକାରୀ କାର୍ଯ୍ୟଦିବସ ଅଛି। ଅଧିବେଶନର ପ୍ରଥମ ଦିନରେ ଆଜି ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ଆସନ୍ତାକାଲି ଅତିରିକ୍ତ ବଜେଟ୍ ଓ ୬ ତାରିଖରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଆଗତ ହେବ।

ବିଧାନସଭା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।  ଦୁର୍ନୀତି, ମହିଳା ନିର୍ଯାତନା, ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନ ହେବା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।

ସେହିପରି ଗୁରୁପ୍ରିୟା ଦୁର୍ନୀତି, ବେକାରୀ ସମସ୍ୟା, ଲୋକପାଳ ନିଯୁକ୍ତି ପ୍ରସଙ୍ଗ ସହ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ ଓ ବିଧାନ ପରିଷଦ ଗଠନ ପ୍ରସ୍ତାବ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos