ଏବର୍ଷ ମୌସୁମୀ ବିଳମ୍ବରେ ବାହୁଡ଼ିବ

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ସରିବାକୁ ଆଉ ଦିନ ୨ଟା ବାକି । ଏ ସମୟରେ ପ୍ରାକ୍ ଶୀତର ଆଗମନ ହେବା କଥା । ହେଲେ ଏଯାଏଁ ମୌସୁମୀ ଫେରିବାର କୌଣସି ଲକ୍ଷଣ ପ୍ରକାଶ ପାଉନି । ଏପରିସ୍ଥଳେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ୍‌ ସମୟଠାରୁ ଆହୁରି ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଣେ ଲେଉଟାଣି ସମୟରେ ମୌସୁମୀ ଅଧିକ ସକ୍ରିୟ ରହୁଥିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ […]

5432-

Tapas Behera
  • Published: Saturday, 28 September 2019
  • , Updated: 28 September 2019, 07:29 PM IST

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ସରିବାକୁ ଆଉ ଦିନ ୨ଟା ବାକି । ଏ ସମୟରେ ପ୍ରାକ୍ ଶୀତର ଆଗମନ ହେବା କଥା । ହେଲେ ଏଯାଏଁ ମୌସୁମୀ ଫେରିବାର କୌଣସି ଲକ୍ଷଣ ପ୍ରକାଶ ପାଉନି । ଏପରିସ୍ଥଳେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ୍‌

ସମୟଠାରୁ ଆହୁରି ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଣେ ଲେଉଟାଣି ସମୟରେ ମୌସୁମୀ ଅଧିକ ସକ୍ରିୟ ରହୁଥିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ସହ ସୃଷ୍ଟି ହେଉଛି ଜଳ ପ୍ରଳୟ।

ସ୍ୱାଭାବିକ୍‌ ସମୟଠାରୁ ଏଥର ଡେରିରେ ପ୍ରତ୍ୟାବର୍ତ୍ତନ କରିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମୌସୁମୀ।  ଋତୁ ସରିବାକୁ ବସିଥିବା ବେଳେ ଏବେ ବି ଦେଶର ବିଭିନ୍ନ ପ୍ରାନ୍ତରରେ ବର୍ଷାର ପ୍ରକୋପ ଥମୁନାହିଁ । ସେଥିପାଇଁ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞଙ୍କ ମତରେ ସାଧାରଣତଃ ସେପ୍ଟେମ୍ବର ୧ ସୁଦ୍ଧା ଉତ୍ତର ପଶ୍ଚିମ ରାଜସ୍ଥାନରୁ ମୌସୁମୀର ଫେରିବା ଆରମ୍ଭ ହୋଇଥାଏ।  ପରେ ଦେଶର ଅନ୍ୟାନ୍ୟ ଭାଗରୁ ଏହା ଧିରେ ଧିରେ ଅପସରି ଯାଏ। ହେଲେ ଏ ବର୍ଷ କିନ୍ତୁ ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ବି ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ନେଇ କୌଣସି ସମ୍ଭାବନା ନଥିବା କହିଛନ୍ତି  ଆଇଏଡି ମହାନିର୍ଦ୍ଦାଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏ ବର୍ଷର ବର୍ଷା ପରିସଂଖ୍ୟାନ ଅନୁସାରେ ମୌସୁମୀ ଆଗମନ ପରେ ଜୁନ୍, ଜୁଲାଇ, ଅଗଷ୍ଟରେ ଦେଶର ବିଭିନ୍ନ ଭାଗରେ ବର୍ଷା ହୋଇଥିଲେ ବି ତାହା ସ୍ୱଳ୍ପ ବୃଷ୍ଟିପାତରେ ସୀମିତ ଥିଲା । ହେଲେ ସେପ୍ଟେମ୍ବରରେ ସକ୍ରିୟ ହୋଇଥିଲା ମୌସୁମୀ। ଏହି ସମୟରେ ଓଡ଼ିଶାରେ ୩୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ପୁରା ଦେଶରେ ୩୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଲେଉଟାଣି ସମୟରେ ମୌସୁମୀ ଅଧିକ ସକ୍ରିୟ କାରଣରୁ ଓଡ଼ିଶା ସମେତ ମହାରାଷ୍ଟ୍ର, ଆସାମ, ଗୁଜରାଟ, ହିମାଚଳ ପ୍ରଦେଶ ସହ ଆଉ କିଛି ରାଜ୍ୟରେ ବାରମ୍ବାର ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଏଣେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ରାଜ୍ୟରେ ଏବେ ବି ବେଶ୍ ସକ୍ରିୟ ରହିଛି ମୌସୁମୀ।

ସାଧରଣତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଥାଏ ମୌସୁମୀ । ହେଲେ ଏ ବର୍ଷ ଏ ପ୍ରକ୍ରିୟାରେ ବିଳମ୍ବ ସମ୍ଭାବନା ଥିବାରୁ ଆଗକୁ ଆହୁରି ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

Related story