କାନ୍ଥ ଭୁଶୁଡ଼ି ମାଆ-ଝିଅ ମୃତ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ସହରର ଡେଙ୍ଗସରଗି କେନାଲପଡ଼ାରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ମାଆ-ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚହଲା ପ୍ରଧାନ ଓ ତାଙ୍କ ଝିଅ ଭାଗ୍ୟ ପ୍ରଧାନ।

ତେବେ କାନ୍ଥ ତଳେ ଚାପି ହୋଇ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।