ବାଇକ୍‌ ଦାମଠୁ ଅଧିକ ପଡ଼ିଲା ଜରିମାନା‌, କଟିଲା ଲକ୍ଷେ ୧୩ ହଜାର ଫାଇନ୍

ରାୟଗଡ଼ା(ମନୋଜ ପାତ୍ର): ହଜାରେ କି ଦୁଇ ହଜାର ନୁହଁ । ସିଧାସଳଖ ୧ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ଜଣେ ବାଇକ୍ ଚାଳକଙ୍କ ଉପରେ ଏହି ଜରିମାନା କରିଛି ପରିବହନ ବିଭାଗ । ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି । ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍‌ ଚାଳକଙ୍କ ଉପରେ ଟ୍ରାଫିକ୍ ଇନ୍ସପେକ୍ଟର୍ ଲକ୍ଷେ […]

BIKE

Niharika Rout
  • Published: Thursday, 14 January 2021
  • , Updated: 14 January 2021, 07:38 AM IST

ରାୟଗଡ଼ା(ମନୋଜ ପାତ୍ର): ହଜାରେ କି ଦୁଇ ହଜାର ନୁହଁ । ସିଧାସଳଖ ୧ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ଜଣେ ବାଇକ୍ ଚାଳକଙ୍କ ଉପରେ ଏହି ଜରିମାନା କରିଛି ପରିବହନ ବିଭାଗ । ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି ।

ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍‌ ଚାଳକଙ୍କ ଉପରେ ଟ୍ରାଫିକ୍ ଇନ୍ସପେକ୍ଟର୍ ଲକ୍ଷେ ୧୩ ହଜାର ୫ଶହ ଟଙ୍କାର ଚାଲାଣ କାଟିଛନ୍ତି। ସହରର ଡିଆଇବି ଛକରେ ଗତକାଲି ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଥିଲେ ମଧ୍ୟପ୍ରଦେଶ ଅମରପୁର୍ର ପ୍ରକାଶ ବନଜରା । ସେ ବାଇକ୍‌ରେ ବୁଲି ବୁଲି ଡ୍ରମ ବ୍ୟବସାୟ କରନ୍ତି । ତେବେ ଗତକାଲି ବାଇକ୍‌ରେ   ଗଲାବେଳେ  ସେ ହେଲମେଟ୍ ପିନ୍ଧି ନ ଥିବା ବେଳେ ଚଲାଉଥିବା ବାଇକ୍‌ର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଥିଲା । ଏପରିକି ମଧ୍ୟପ୍ରଦେଶରୁ ଗାଡ଼ି କିଣି ବିନା ରେଜିଷ୍ଟ୍ରେସନ୍‌ରେ ରାୟଗଡ଼ାରେ ବ୍ୟବସାୟରେ ଲଗାଇଥିଲେ ।

ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ନ ଥିବା ଏବଂ ହେଲମେଟ୍ ପିନ୍ଧିନଥିବା କାରଣ ଦର୍ଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କଟାଯାଇଛି । ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ାରେ ପ୍ରଥମ ଘଟଣା।

Related story