ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯କୁ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟଡାଉନ୍ ଘୋଷଣା କରାଯାଇଛି । ଗତକାଲି ରାତି ୯ଟାରୁ ୨୮ ତାରିଖ ମଙ୍ଗଳବାର ରାତି ୯ଟା ଯାଏ ଏହି କଟକଣା ଘୋଷଣା କରାଯାଇଛି ।
ପୂର୍ବରୁ ୩୧ ତାରିଖ ଯାଏ ଶଟଡାଉନ୍ କଟକଣା ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ବରଗଡ଼ ବ୍ୟବସାୟୀ ସଂଘ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କଟକଣା ସମୟକୁ ୨୮ ତାରିଖ ପର୍ଯ୍ୟନ୍ତ ହ୍ରାସ କରି ଦିଆଯାଇଛି।
ବରଗଡ଼ ସବ୍ଡିଭିଜନର ୬ଟି ବ୍ଲକ-ଅତାବିରା, ଭେଡେନ, ଭଟଲି, ବରଗଡ଼, ଅମ୍ବାଭୋନା, ବରପାଲି, ବରଗଡ଼ ମ୍ୟୁନିସିପାଲଟି, ଅତାବିରା ଏନ୍ଏସି, ବରପାଲି ଏନ୍ଏସି ଶଟଡାଉନ୍ ରହିବ । ପଦ୍ମପୁର ଉପଖଣ୍ଡର ପୁରା ସୋହେଲା ବ୍ଲକ, ବିଜେପୁର ବ୍ଲକ, ବିଜେପୁର ଏନ୍ଏସି, ପଦ୍ମପୁର ଏନ୍ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ, ପେଟ୍ରୋଲ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସୋରି ଦୋକାନ ଖୋଲା ରହିବ । ଏହି ସବୁ ଦୋକାନ ସକାଳ ୬ରୁ ମଧ୍ୟାହ୍ନ ଗୋଟାଏ ଯାଏ ଖୋଲା ରହିବ । ବାକି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ । ଅଗ୍ନିଶମ, ବିଦ୍ୟୁତ, ଜିଲ୍ଲାପାଳଙ୍କ ଜରୁରୀ କାଳୀନ ବିଭାଗ ଖୋଲା ରହିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।