ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିନା ପରମିଟ, ବିନା ଟ୍ୟାକ୍ସରେ ଗଡ଼ୁଥିଲା ‘ଉମାକାନ୍ତ’ ବସ୍। ପ୍ରାୟ ୫ ମାସ ହେବ ଏପରି ଭାବେ ରାଜରାସ୍ତାରେ ଗଡ଼ୁଥିଲା ଏହି ବସ୍। ଶେଷରେ ଏହି ଯାତ୍ରୀବାହୀ ବସ୍କୁ ଜବତ କରାଯାଇ ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଜରିମାନା ଲଗାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ହନୁମାନ ବାଟିକା ନିକଟରେ।
ରାଉରକେଲା RTO ଙ୍କ ପକ୍ଷରୁ ହନୁମାନ ବାଟିକା ନିକଟରେ ଚଢ଼ାଉ କରାଯାଇ ଏହି ଯାତ୍ରୀବାହୀ ବସ୍କୁ ଜବତ କରାଯାଇଛି । ବିନା ପରମିଟ ଏବଂ ବିନା ଟ୍ୟାକ୍ସରେ ଏହି ନାଇଟ୍ ବସଟି ରାଉରକେଲାରୁ ବ୍ରହ୍ମପୁର ଯିବାଆସିବା କରୁଥିଲା। ଏ ସଂପର୍କରେ ସୂଚନା ପାଇ ଯାଞ୍ଚ ପରେ RTO ଅଧିକାରୀ ଉକ୍ତ ବସ୍ ଉପରେ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଲଗାଇଛନ୍ତି।
ବେଆଇନ ଭାବେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ଉପରେ ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।