ନଈରେ ବୋହୁଛି ବିଷ ପାଣି: ସାମ୍ନାକୁ ଆସିଲା ସାଂଘାତିକ ରିପୋର୍ଟ

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 09:12 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ, କୁଆଖାଇ, କାଠଯୋ଼ଡି ସମେତ ରାଜ୍ୟର ୨୦ରୁ ଅଧିକ ନଦୀର ଜଳରେ ପ୍ରବାହିତ ହେଉଛି ବିଷ। ଏହାକୁ ବ୍ୟବହାର କରୁଥିଲେ ସତର୍କ ହୋଇ ଯାଆନ୍ତୁ। ନହେଲେ ଅସମୟରେ ମାଡ଼ି ଆସିବ ବେମାରୀ। ରାଜ୍ୟରେ ୨୦ରୁ ଅଧିକ ନଦୀ ବ୍ୟବହାର ଅନୁପଯୋଗୀ ଅର୍ଥାତ ପିଇବା ପାଇଁ ଏସବୁ ନଦୀର ପାଣି ପରୀକ୍ଷା କଲାବେଳେ ପ୍ରଦୂଷିତ ଥିବା ଜଣାପଡିଛି। ଏହା କହିଛନ୍ତି ନିଜେ ସରକାର।</p> <p>ଆଜି ବିଧାନସଭାରେ କୈଳାସ କୁଲେସିକାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହା କହିଛନ୍ତି। ରାଜ୍ୟରେ ପ୍ରବାହିତ ପ୍ରମୁଖ ୧୧ଟି ନଦୀ ଓ ଏହାର ଶାଖା ନଦୀର ୧୨୯ଟି ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଥିବା ପରୀକ୍ଷା ପରେ ଏହା ଜଣାପଡିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ମହାନଦୀର ୭ଟି ସ୍ଥାନରେ ଜଳ ପ୍ରଦୂଷିତ ଓ ପିଇବା ପାଇଁ ଅନୁପଯୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ପ୍ରମୁଖ ନଦୀ ମଧ୍ୟରେ ବ୍ରାହ୍ଣଣୀର ୧୪ ଟି ସ୍ଥାନରେ ଜଳ ପ୍ରଦୂଷଣ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି କାଠଯୋଡି, କୁଆଖାଇ, ଖରସ୍ରୋତା, ବିରୂପା, କୁଶଭଦ୍ରା, କୋଏଲ, ଲୁଣା, ଭାଗର୍ବୀ ଓ ଦୟା ନଦୀର ଜଳ ମଧ୍ୟ ଅନେକ ସ୍ଥାନରେ ପ୍ରଦୂଷିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛିା</p>

Related story