୨୫୦ରୁ ଅଧିକ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର ୨୫୦ରୁ ଅଧିକ ନକ୍ସଲ ସମର୍ଥକ ଗତକାଲି ମାଥିଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଉ ପୁଲିସ୍‌ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ  ବଣ୍ଟନ କରିଛନ୍ତି। ଗତ ଦିନରେ ଏମାନେ ପୁଲିସ୍‌ ବିରୋଧରେ ନକ୍ସଲଙ୍କ ପାଇଁ କାମ କରୁଥିଲେ। ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୁଲିସ୍‌ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଞ୍ଚଳ ନକ୍ସଲଙ୍କ କବଜାରେ ରହିଥିଲା। ୨୫୦ରୁ ଅଧିକ ନକ୍ସଲଙ୍କ ସମର୍ଥକଙ୍କ ଆତ୍ମସମର୍ପଣ […]

malkangiri

Jyoshna Pradhan
  • Published: Monday, 23 December 2019
  • , Updated: 23 December 2019, 09:58 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର ୨୫୦ରୁ ଅଧିକ ନକ୍ସଲ ସମର୍ଥକ ଗତକାଲି ମାଥିଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଉ ପୁଲିସ୍‌ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ  ବଣ୍ଟନ କରିଛନ୍ତି। ଗତ ଦିନରେ ଏମାନେ ପୁଲିସ୍‌ ବିରୋଧରେ ନକ୍ସଲଙ୍କ ପାଇଁ କାମ କରୁଥିଲେ। ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୁଲିସ୍‌ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଞ୍ଚଳ ନକ୍ସଲଙ୍କ କବଜାରେ ରହିଥିଲା। ୨୫୦ରୁ ଅଧିକ ନକ୍ସଲଙ୍କ ସମର୍ଥକଙ୍କ ଆତ୍ମସମର୍ପଣ ପରେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି।

ଏଥିସହ ମହୁପଦରରେ ପୁଲିସ୍‌ର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରିବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା ରଖିଛନ୍ତି।

Related story