ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍କୁ ମିଳିଛି ବଡ଼ ସଫଳତା। ୨ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍।
ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଜବତ ବ୍ରାଉନ୍ ସୁଗରର ଦାମ୍ ପ୍ରାୟ ଅଢ଼େଇ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଥାନା ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍ଟିଏଫ୍ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି।
ସ୍ୱତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍ଟିଏଫ୍ ୩୮ କେଜି ବ୍ରାଉନ୍ ସୁଗର/ହେରୋଇନ୍ ଓ ୮୪ କ୍ୱିଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଏହି ସବୁ ମାମଲରେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।