ରାଜ୍ୟରେ ବର୍ଷକୁ ୩୦ହଜାରରୁ ଅଧିକ କ୍ୟାନସର ରୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ମୋଟ ୯୨୬୯୯ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି ଓ ଏହି ଅବଧି ମଧ୍ୟରେ ମୋଟ ୩୧୬୯୨ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ହାରାହାରି ୩୦ହଜାରରୁ ଅଧିକ ଲୋକ ପ୍ରତିବର୍ଷ କ୍ୟାନସର ଆକ୍ରାନ୍ତ ହେବା ଏବେ ଚିନ୍ତାର ବିଷୟ ପାଲଟିଛି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା […]

Cancer

Cancer

Ordigital Desk
  • Published: Monday, 01 August 2022
  • Updated: 01 August 2022, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ମୋଟ ୯୨୬୯୯ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି ଓ ଏହି ଅବଧି ମଧ୍ୟରେ ମୋଟ ୩୧୬୯୨ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ହାରାହାରି ୩୦ହଜାରରୁ ଅଧିକ ଲୋକ ପ୍ରତିବର୍ଷ କ୍ୟାନସର ଆକ୍ରାନ୍ତ ହେବା ଏବେ ଚିନ୍ତାର ବିଷୟ ପାଲଟିଛି ।

ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ କ୍ୟାନସର ଇନଷ୍ଟିଚ୍ୟୁଟରେ ଅଧିକ ସଂଖ୍ୟକ ବେଡ୍ ବ୍ୟବସ୍ଥା ହୋଇଛି । ଏହାସହିତ ସେଠାରେ କ୍ୟାନସର ଅସ୍ତ୍ରୋପଚାର ସୁବିଧା ମଧ୍ୟ ରହିଛି । ଓଡ଼ିଶା ସରକାରଙ୍କ କ୍ୟାନସର କେୟାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏବେ ୧୧ଟି ଅତ୍ୟାଧୁନିକ କ୍ୟାନସର ଚିହ୍ନଟ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲରେ ପ୍ରାୟ ୩୨ଟି ସ୍ଥାନରେ ରୋଗୀଙ୍କୁ ପ୍ରଶିକ୍ଷିତ ଡାକ୍ତର ଓ ନର୍ସଙ୍କ ମାଧ୍ୟମରେ କ୍ୟାନସର ରୋଗୀମାନଙ୍କୁ କେମୋଥେରାପି ଦିଆଯାଉଛି ।

ଝାରସୁଗୁଡ଼ାରେ ଏବେ ପିପିପି ମୋଡରେ ୧୨୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଆରମ୍ଭ ହୋଇଛି, ଯେଉଁଠି କ୍ୟାନସର ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos