୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନ କୁହୁଡି

Ordigital Desk
• Published: Saturday, 13 January 2018
• , Updated: 13 January 2018, 09:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଥିଲେ ବି ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଆଜି ସକାଳୁ ରାଜଧାନୀ ସମେତ ରାଜ୍ୟର ବହୁ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖା ଯାଉ ନ ଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଏଭଳି ସ୍ଥିତି ଆଗାମୀ ୩ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। କୁହୁଡି ଯୋଗୁଁ ଗାଡ଼ିଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୧୫ରୁ ୧୬ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟା ଯାଏଁ ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଗତ ୨୪ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ  ରେକର୍ଡ କରାଯାଇଛି।  ରାଜ୍ୟର ୭ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଛି।

Related story