ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

ଖୋର୍ଦ୍ଧା(ବଳରାମ ଲେଙ୍କା): ଜନ୍ମମାଟିରେ ଶେଷ ହୋଇଛି ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ। ପରିବାର ଓ ଗାଁ ଲୋକ ଭାରତ ମାତାର ଏ ବୀର ସନ୍ତାନଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି। ୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ଏହାପରେ ସକାଳୁ ସକାଳୁ ତାଙ୍କ ମରଶରୀରକୁ […]

jawan1

Jitendra Garnayak
  • Published: Monday, 28 January 2019
  • , Updated: 28 January 2019, 10:02 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଜନ୍ମମାଟିରେ ଶେଷ ହୋଇଛି ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ। ପରିବାର ଓ ଗାଁ ଲୋକ ଭାରତ ମାତାର ଏ ବୀର ସନ୍ତାନଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି।

୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ।

ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ଏହାପରେ ସକାଳୁ ସକାଳୁ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲାର ଅଠରାଙ୍ଗ ନିଆଯାଇଥିଲା।

ବିରାଟ ଶୋଭାଯାତ୍ରାରେ ହେମନ୍ତଙ୍କ ମରଶରୀରକୁ ଗାଁ ପରିକ୍ରମା କରାଯାଇଥିଲା। ଏହାପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।

ଶାନ୍ତ ସ୍ୱଭାବର ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ସହିତ ଗାଁ ଲୋକେ ବି ଭାଙ୍ଗି ପଡ଼ିଛନ୍ତି। ତାଙ୍କ ସାଙ୍ଗସାଥୀ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।

Related story