ଗିରଫ ହେଲା ଲାଦେନ୍

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଦେନ ଗିରଫ ହୋଇଛି। କଟକ କମିଶନରେଟ ପୁଲିସ ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧିକୁ ଗିରଫ କରିଛି। ମୁନ୍ନା ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତା’ଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ଜବତ କରିଛି ଦରଘାବଜାର ଥାନା ପୁଲିସ୍। ଗତକାଲି କିଛି ଦୁର୍ବୃତ୍ତ ରେଭେନ୍ସା କଲିଜିଏଟ ସ୍କୁଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ବଟି ମାଗୁଥିବା ଖବର ପାଇ […]

laden

Ranjit Kumar Jena
  • Published: Friday, 13 November 2020
  • , Updated: 13 November 2020, 08:16 PM IST

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଦେନ ଗିରଫ ହୋଇଛି। କଟକ କମିଶନରେଟ ପୁଲିସ ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧିକୁ ଗିରଫ କରିଛି। ମୁନ୍ନା ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତା'ଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ଜବତ କରିଛି ଦରଘାବଜାର ଥାନା ପୁଲିସ୍।

ଗତକାଲି କିଛି ଦୁର୍ବୃତ୍ତ ରେଭେନ୍ସା କଲିଜିଏଟ ସ୍କୁଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ବଟି ମାଗୁଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ମୁନ୍ନାକୁ ଧରିବାରେ ସଫଳ ହୋଇଥିଲା ପୁଲିସ। ମୁନ୍ନା ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

Related story