ନିଶା ମାଫିଆର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଶା ମାଫିଆ ଅନୀଲ ପାଣ୍ଡିର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି ହୋଇଛି। NDPS ଆଇନ୍‌ ଅନୁସାରେ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୀଲ ପାଣ୍ଡିର ସଂପତ୍ତି ବାଜ୍ୟାପ୍ତି କରାଯାଇଛି। ଗତ ୬ ବର୍ଷ ଧରି ସେ ବେଆଇନ୍‌ ନିଶା କାରବାର କରି ଏହି ସଂପତ୍ତି ଅର୍ଜନ କରିଥିବା କୁହାଯାଇଛି। ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ। ତା’ ନାଁରେ ଗୁଜରାଟରେ ୧୧ଟି ଏନ୍‌ଡିପିଏସ୍‌ ମାମଲା […]

Ganjam

Manoranjan Sial
  • Published: Saturday, 09 April 2022
  • , Updated: 09 April 2022, 07:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଶା ମାଫିଆ ଅନୀଲ ପାଣ୍ଡିର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି ହୋଇଛି। NDPS ଆଇନ୍‌ ଅନୁସାରେ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୀଲ ପାଣ୍ଡିର ସଂପତ୍ତି ବାଜ୍ୟାପ୍ତି କରାଯାଇଛି। ଗତ ୬ ବର୍ଷ ଧରି ସେ ବେଆଇନ୍‌ ନିଶା କାରବାର କରି ଏହି ସଂପତ୍ତି ଅର୍ଜନ କରିଥିବା କୁହାଯାଇଛି।

ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ। ତା’ ନାଁରେ ଗୁଜରାଟରେ ୧୧ଟି ଏନ୍‌ଡିପିଏସ୍‌ ମାମଲା ରହିଛି। ଅନୀଲ ଏତେ ପରିମାଣର ବେଆଇନ୍‌ ସଂପତ୍ତି କେଉଁଠୁ ଆଣିଲା ସେନେଇ ତଦନ୍ତ କରାଯାଇଥିଲା। ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଥିଲା।

ଜବତ ଓ ବାଜ୍ୟାପ୍ତି ସଂପତ୍ତି ଭିତରେ ରହିଛି ଗୋଟିଏ ବିଳାସପୂର୍ଣ୍ଣ ସୁଇମିଂ ପୁଲ୍‌ ଥିବା ତିନି ମହଲା କୋଠା, ୩୩ଟି ପ୍ଲଟ୍‌ ଓ ବ୍ୟାଙ୍କ ଜମା। ଗତ ୬ ବର୍ଷ ମଧ୍ୟରେ ବେଆଇନ ନିଶା କାରବାରରେ ଅର୍ଜିତ ଧନରେ ସେ ଏହି ସଂପତ୍ତି କିଣିଥିବା ଦର୍ଶାଯାଇଛି। ସଂପତ୍ତି ଗୁଡ଼ିକ ତା ନିଜ ନାଁରେ, ଭାଇ ସୁନୀଲ କୁମାର ପାଣ୍ଡି ଓ ଅନ୍ୟମାନଙ୍କ ନାଁରେ କିଣିଥିଲା। ପୂର୍ବରୁ ଅନୀଲର ଭାଇ ସୁନୀଲ ପାଣ୍ଡି ଗୁଜରାଟ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଅଛି।

Related story