ନିଆଁରେ ପୋଡ଼ି ମା’-ଝିଅ ମୃତ, ପୁଅ ଗୁରୁତର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ଜଣେ ମହିଳା ଓ ତାଙ୍କର ୫ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ପୁଅର (୩ ବର୍ଷ) ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମୃତ ମହିଳା ଜଣଙ୍କ ଗାଁର ଗୋପାଳ ବେହେରାଙ୍କ ପତ୍ନୀ। ଏ ଘଟଣା ନେଇ […]

67

Jitendra Garnayak
  • Published: Wednesday, 06 May 2020
  • , Updated: 06 May 2020, 01:39 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ଜଣେ ମହିଳା ଓ ତାଙ୍କର ୫ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ପୁଅର (୩ ବର୍ଷ) ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ମୃତ ମହିଳା ଜଣଙ୍କ ଗାଁର ଗୋପାଳ ବେହେରାଙ୍କ ପତ୍ନୀ। ଏ ଘଟଣା ନେଇ ରଣପୁର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

 

Related story