ହାତ ଧରାଧରି ହୋଇ ଚାଲିଗଲେ ମାଆ-ଝିଅ!

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବିଦ୍ୟୁତ୍‌ ଆଘାତରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ‍୍ୟବଚ୍ଛେଦ ପାଇଁ ପଠାଇଛି। ଗତକାଳି ବିଳମ୍ୱିତ ରାତିରେ ତାଳଡିହି ଗାଁର ବାଂଶୀ ଓ ତାଙ୍କ ଝିଅ ରାଇମାତ ହେମ୍ୱ୍ରମ ବାହାରକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ […]

rairangpur

Manoranjan Sial
  • Published: Thursday, 06 August 2020
  • , Updated: 06 August 2020, 07:26 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବିଦ୍ୟୁତ୍‌ ଆଘାତରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ‍୍ୟବଚ୍ଛେଦ ପାଇଁ ପଠାଇଛି।

ଗତକାଳି ବିଳମ୍ୱିତ ରାତିରେ ତାଳଡିହି ଗାଁର ବାଂଶୀ ଓ ତାଙ୍କ ଝିଅ ରାଇମାତ ହେମ୍ୱ୍ରମ ବାହାରକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପଡ଼ୋଶୀ ମୃତଦେହ ଦେଖି ବାଦାମପାହା ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story