ଧାନବସ୍ତା ପଡ଼ି ମା’, ଝିଅ ମୃତ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହୋବାସାହି ର୍ଗାରେ ଧାନବସ୍ତା ପଡ଼ିଯିବାରୁ ଜଣେ ମହିଳା ଓ ତାଙ୍କ ଝିଅର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଲେ ସସ୍ମିତା ଭୋଇ (୩୫) ଓ  ତାଙ୍କ ଝିଅ ସ୍ୱର୍ଣ୍ଣଲତା ଭୋଇ (୧୨)। ଆହତ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଡ଼ ଭାଙ୍ଗି ଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ  ଏହି ଘଟଣା […]

dhana

Jitendra Garnayak
  • Published: Friday, 08 May 2020
  • , Updated: 08 May 2020, 10:30 AM IST

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହୋବାସାହି ର୍ଗାରେ ଧାନବସ୍ତା ପଡ଼ିଯିବାରୁ ଜଣେ ମହିଳା ଓ ତାଙ୍କ ଝିଅର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତକ ଦ୍ୱୟ ହେଲେ ସସ୍ମିତା ଭୋଇ (୩୫) ଓ  ତାଙ୍କ ଝିଅ ସ୍ୱର୍ଣ୍ଣଲତା ଭୋଇ (୧୨)। ଆହତ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଡ଼ ଭାଙ୍ଗି ଯାଇଛି।

ଗତକାଲି ରାତି ପ୍ରାୟ ୧୨ଟା ବେଳେ  ଏହି ଘଟଣା ଘଟିଥିଲା। ସେତେବେଳେ ଏହି ତିନି ଜଣ ଶୋଇଥିଲେ।  ଘର ଭିତରେ ଥାକ ମାରି ରଖାଯାଇଥିବା ଧାନ ବସ୍ତାଗୁଡ଼ିକ ସେମାନଙ୍କ ଉପରେ ଖସି ପଡ଼ିଥିଲା। ସେମାନେ ଶୋଇଥିବା ଘରେ ପ୍ରାୟ ୪୦ରୁ ଅଧିକ ଧାନ ବସ୍ତା ଥାକ ମାରି ରଖାଯାଇଥିଲା। ବସ୍ତାଗୁଡ଼ିକ ପଡ଼ିବା ପରେ ଚିତ୍କାର ଶୁଣାଯାଇଥିଲା। ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ସେଠାରେ ସସ୍ମିତା ଓ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ଘଟିଥିଲା।

 

Related story