ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ଘରେ ନିଆଁ ଲଗାଇଦେବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ବୃଦ୍ଧା ଓ ତାଙ୍କ ପୁଅ। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି। ମୃତ ମା’ ପୁଅ ହେଲେ ଜଞ୍ଜାଳି ଜେନା ଓ ବନମାଳି ଜେନା।
ପୁଲିସ୍ର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, କଳିଗାଁସ୍ଥିତ ଏକ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଜଞ୍ଜାଳି ଓ ବନମାଳି କିଛି ଦିନ ହେବ ରହି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ନିକଟରେ ଥିବା ଏକ ଦୋକାନରେ କିଛି ଦୁର୍ବୃତ୍ତ ପଶି ଲୁଟ କରିଥିଲେ। ଏହାକୁ ଜଞ୍ଜାଳି ଓ ବନମାଳି ଦେଖିଦେଇଥିଲେ। ଉଭୟ ମା’ ପୁଅ ସେମାନଙ୍କୁ ଚିହ୍ନି ଦେବା ଭୟରେ ଦୁର୍ବୃତ୍ତମାନେ ଅଙ୍ଗନୱାଡି କେନ୍ଦ୍ର ବାହାର ପଟୁ କବାଟ ବନ୍ଦ କରି ଦେଇ ନିଆଁ ଲଗାଇ ଦେଇଥିଲେ। ଫଳରେ ମା’ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛନ୍ତି।
ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍କୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।
Miscellaneous
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି ।
Miscellaneous
ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ
ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ଘରକୁ ଯାଇ ସ୍କୁଟି ସିଜ୍ କରିଥିଲା ପରିବହନ ବିଭାଗ। ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଚଢ଼ାଉ ଦ୍ୱାରା ସମ୍ମାନ ହାନୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।
Miscellaneous
ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।