ଜନ୍ମ ଦେଇନି ଜୀବନ ଦେଉଛି: ଏଥର ମଦର୍ସ ଡେ’ରେ ଭେଟନ୍ତୁ ବଲାଙ୍ଗିରର ପୁନି ମାଆଙ୍କୁ  

ମାଆ ହେଉଛି ଜନ୍ମଦାତ୍ରୀ। ଚିର ନମସ୍ୟ। ମାଆର ଅବଦାନକୁ କେବେ ଭୁଲି ହେବନାହିଁ। ମାଆର ଏହି ଅବଦାନକୁ ମନେ ପକାଇବା ପାଇଁ ବିଶ୍ୱ ପାଳୁଛି ମାତୃ ଦିବସ। ଏଥିପାଇଁ ବିଭିନ୍ନ ବର୍ଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆମେ ଆଜି ଏମିତି ଜଣେ ମା’ଙ୍କୁ ଭେଟିବା ଯିଏ ଅନ୍ତ ଚିରି ଜନମ ଦେଇନି କିନ୍ତୁ ବାଣ୍ଟି ଚାଲିଛି ମାଅର ମମତା। କେବେ ବେଦିରେ ବସିନି। କିନ୍ତୁ ସାଜିଛି ୨୩ଟି ପିଲାର ମାଆ। ସେ ହେଉଛନ୍ତି ବଲାଙ୍ଗିର କଂସାରୀପଡ଼ାରେ […]

pune nane

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 08:38 PM IST

ମାଆ ହେଉଛି ଜନ୍ମଦାତ୍ରୀ। ଚିର ନମସ୍ୟ। ମାଆର ଅବଦାନକୁ କେବେ ଭୁଲି ହେବନାହିଁ। ମାଆର ଏହି ଅବଦାନକୁ ମନେ ପକାଇବା ପାଇଁ ବିଶ୍ୱ ପାଳୁଛି ମାତୃ ଦିବସ। ଏଥିପାଇଁ ବିଭିନ୍ନ ବର୍ଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆମେ ଆଜି ଏମିତି ଜଣେ ମା’ଙ୍କୁ ଭେଟିବା ଯିଏ ଅନ୍ତ ଚିରି ଜନମ ଦେଇନି କିନ୍ତୁ ବାଣ୍ଟି ଚାଲିଛି ମାଅର ମମତା। କେବେ ବେଦିରେ ବସିନି। କିନ୍ତୁ ସାଜିଛି ୨୩ଟି ପିଲାର ମାଆ। ସେ ହେଉଛନ୍ତି ବଲାଙ୍ଗିର କଂସାରୀପଡ଼ାରେ ପୂର୍ଣ୍ଣିମା ବେହେରା। 

ପୂର୍ଣ୍ଣିମା ବେହେରାଙ୍କ ମମତା ମନ୍ଦିରରେ ରହୁଛି ଜଣେ ଛୋଟ ଝିଅ। ଜନ୍ମ ପରେ ପାଗଳି ମା’ ପୋଖରୀ ହୁଡ଼ାରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ଏଇ କଅଁଳ କଢ଼ିକୁ ବୁଲା କୁକୁରଙ୍କ ମୁହଁରୁ ବଂଚାଇ ତାକୁ ପୂର୍ଣ୍ଣିମାଙ୍କ ହାତରେ ଟେକି ଦେଇଥିଲେ କିଛି ମହିଳା। ଦୁନିଆ ସମ୍ପର୍କରେ କିଛି ଜାଣିନଥିବା ନିଷ୍ପାପ ଶିଶୁକୁ ଆଦରରେ କୋଳେଇ ନେଲେ ପୂର୍ଣ୍ଣିମା। ଜୀବନ ସରି ଯାଉ ଯାଉ ରହି ଯାଇଥିବାରୁ ତାର ନାଁ ଦିଆଗଲା ସରି। ସିଏ ଏବେ ପୂର୍ଣ୍ଣିମାଙ୍କ ମନ୍ଦିରରେ ସବୁଠୁ ଗେହ୍ଲି ଓ ଚୁଲୁବୁଲି। ସରିଙ୍କ ପରି ପୂର୍ଣ୍ଣିମାଙ୍କ ପଣତକାନି ତଳେ ଏବେ ୧୮ ପୁଅ ଓ ଝିଅଙ୍କ ଆଶ୍ରା ନେଉଛନ୍ତି। କାହାର ମାଆ ନାହିଁ ତ ଆଉ କାହାର ବାପା-ମା କେହି ନାହାନ୍ତି। ୫ ଜଣ ରୋଜଗାରକ୍ଷମ ହେବା ପରେ ବାହାର ରହୁଛନ୍ତି।

ପୂର୍ଣ୍ଣିମାଙ୍କ ପାଳିତ ଝିଅ ବସୁଧା ବେହେରା କହିଛନ୍ତି,“ମୋର ବଡ଼ ମା’ ମୋର ସବୁ କିଛି। ସେ ମୋର ବାପା-ମାଆ।”

ମମତାର ମୂର୍ତ୍ତିଟିଏ ହେଉଛନ୍ତି ପୂର୍ଣ୍ଣିମା। ଜୀବନରେ ବାହାବେଦୀରେ ବସି ନାହାଁନ୍ତି। ଥରୁଟିଏ ପ୍ରସବ ବେଦନା ନପାଇ ମଧ୍ୟ ୨୩ ପିଲାଙ୍କ  ମାଆ ପାଲଟିଛନ୍ତି। ପଲିଥିନ୍ ଘେରେ ବିତୁଛି ସେମାନଙ୍କ ପରିବାର। ହେଲେ ଏତେବଡ଼ ସଂସାରକୁ କେମିତି ଚଳାଇଛନ୍ତି ପୂର୍ଣ୍ଣିମା?

କଣ କରନ୍ତି ପୂର୍ଣ୍ଣିମା

ଇଏ ହେଉଛି ସେହି ମାଆର ମାଛବାଲି ଅବତାର। ବଲାଙ୍ଗିର ମାଛ ବଜାରରେ ପୁନିନାନୀ ମାଛ ବିକନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଚଳିଯାଏ ତାଙ୍କ ପରିବାର। ଏ ମହଙ୍ଗା ବଜାରରେ ଯେତେ କଷ୍ଟ ହେଲେ ହେଲେ ପିଲାଙ୍କ ସେବା ଆଗରେ ସବୁ କିଛି ତୁଚ୍ଛ।

ଉପସ୍ଥାପନା-ବଲାଙ୍ଗିରରୁ ମନୋରଞ୍ଜନ ଯୋଶୀ

Related story