୩ ମାସ ଶିଶୁପୁତ୍ରର ବେକ କାଟିଲା ମାଆ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡ଼ା ପଞ୍ଚାୟତର ଚଣ୍ଡୀପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ପାରିବାରିକ କଳହରୁ ଉତ୍ତ୍ୟକ୍ତ ହୋଇ ନିଜ ୩ ମାସ ଶିଶୁପୁତ୍ରର ବେକ କାଟିଛି ମାଆ। ଗାଁର ସୁଶାନ୍ତ ଜେନାଙ୍କ ପତ୍ନୀ ସୁଭଦ୍ରା ପାରିବାରିକ କଳହରୁ ଉତକ୍ଷିପ୍ତ ହୋଇ ବ୍ଲେଡ୍‌ରେ ନିଜ ୩ମାସ ପୁଅର ବେକ କାଟିଥିବା ଅଭିଯୋଗ ହୋଇଛି।  ଉଭୟ ମାଆ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଶିଶୁଟି ବିପଦମୁକ୍ତ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା  ଔପଦା  ଥାନା ଅନ୍ତର୍ଗତ ଲୁଣିପଦା ଗାଁରେ ଘରୋଇ କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉଭୟ ବିଷ ପିଇ ଦେଇଥିଲେ।