ନକଲି ବିଜ୍ଞପ୍ତି ମାମଲା: ମୋତିଲାଲ୍‌ଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ଦେଇ ସରକାରଙ୍କୁ ୬୩ ଲକ୍ଷର ଚୂନ ଲଗାଇଥିବା ଡାକ୍ତର ମୋତିଲାଲ୍‌ ଗୌଡଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆଜି ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜ୍ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ମୋତିଲାଲ୍‌ଙ୍କ ୬ ଦିନିଆ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବା ପରେ ଆଉ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଆକାଉଣ୍ଟ ଦେଣନେଣ ନେଇ ମୋତିଲାଲ୍‌ଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିପାରେ ବୋଲି […]

motilalal

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 02:04 PM IST

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ଦେଇ ସରକାରଙ୍କୁ ୬୩ ଲକ୍ଷର ଚୂନ ଲଗାଇଥିବା ଡାକ୍ତର ମୋତିଲାଲ୍‌ ଗୌଡଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆଜି ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜ୍ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ମୋତିଲାଲ୍‌ଙ୍କ ୬ ଦିନିଆ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବା ପରେ ଆଉ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଆକାଉଣ୍ଟ ଦେଣନେଣ ନେଇ ମୋତିଲାଲ୍‌ଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି।

 ଗତ ୩ ତାରିଖରେ ମୋତିଲାଲଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍‌ ଗିରଫ କରିଥିଲା।

ଗତ ୬ ତାରିଖରେ ଫାକ୍‌ଟ୍ରି  ଆଣ୍ଡ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଥିବା ମୋତିଲାଲଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମାମଲା ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବାପରେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଜଣ ଲ୍ୟାବ୍‌ ମାଲିକ ଓ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଗିରଫଦାରୀ ଭୟରେ  ମୋତିଲାଲ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।  ଜାମିନ ଆବେଦନ ଖାରଜ ହେବା ପରେ ମୋତିଲାଲ୍‌  ଓଡ଼ିଶାରୁ  ଆନ୍ଧ୍ରପ୍ରଦେଶକୁ ପଳାଇ ଯାଇଥିଲେ।

Related story