ବୀରମିତ୍ରପୁର (ରାକେଶ ସାହୁ): ଚଳନ୍ତା କାର୍ରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳୁଛି କାର୍। ଅଳ୍ପକେ ବର୍ତ୍ତୀଗଲେ କାର ଚାଳକ। ଆଜି ଏପରି ଚିତ୍ର ୧୪୩ ନମ୍ୱର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।
ଝାରଖଣ୍ଡ ରାଜ୍ୟ ସିମଡେଗା ତୁଷାର ଶର୍ମା ନିଜେ କାର୍ ଚଲାଇ ରାଉରକେଲା ଅଭିମୁଖେ ଯାଉଥିଲେ। ସାଥୀରେ ଥିରେ ତାଙ୍କ ବାପା ବଜରଙ୍ଗଲାଲ ଶର୍ମା। ତେବେ ୧୪୩ ନମ୍ୱର ଜାତୀୟ ରାଜପଥର ରାମ ପାଲ ଶିବ ମନ୍ଦିର ନିକଟରେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ନିଆଁ ବ୍ୟାପୁଥିଲା। ଏହା ଦେଖି ପ୍ରଥମେ କାରକୁ ଅଟକାଇ ଥିଲେ। ତା’ପରେ କାର୍ ଭିତରୁ ତାଙ୍କ ବାପାଙ୍କୁ ଉଦ୍ଧାର କରିଥିଲେ।
କାର୍ଟି ଜାତୀୟ ରାଜପଥରେ ହୁତୁ ହୁତୁ ହୋଇଜଳୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବୀରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ କେଉଁ କାରଣରୁ କାରରେ ନିଆଁ ଲଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।