ଦଳ ଭିତରୁ ପ୍ରଶ୍ନ- ନିଜ କଥା କହିଲେ ସାଂସଦ, କେନ୍ଦ୍ରାପଡ଼ା ପାଇଁ କ’ଣ କରିଛନ୍ତି କହିଲେନି

କଟକ (ଓଡ଼ିଶା ରିପୋର୍ଟର): ‘ଭିଡିଓ ଶେଆର କରି ନିଜ କଥା କହିଲେ। କିନ୍ତୁ ସାଂସଦ ଭାବେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କ’ଣ କରିଛନ୍ତି, ତାହା କହିଲେନି।’ ସାଂସଦ ଅନୁଭବ ମହାନ୍ତି ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ତାଙ୍କ ଦଳରୁ ଆସିଛି ଏଭଳି ପ୍ରତିକ୍ରିୟା। ଆଉ ଏହି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ମୁଁ ମଧ୍ୟ ସେଇ ଭିଡିଓ […]

Anubhab Mohanty

Anubhab Mohanty

Jitendra Garnayak
  • Published: Friday, 20 May 2022
  • Updated: 20 May 2022, 08:38 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ‘ଭିଡିଓ ଶେଆର କରି ନିଜ କଥା କହିଲେ। କିନ୍ତୁ ସାଂସଦ ଭାବେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କ’ଣ କରିଛନ୍ତି, ତାହା କହିଲେନି।’ ସାଂସଦ ଅନୁଭବ ମହାନ୍ତି ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ତାଙ୍କ ଦଳରୁ ଆସିଛି ଏଭଳି ପ୍ରତିକ୍ରିୟା। ଆଉ ଏହି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ।

ସେ କହିଛନ୍ତି, ମୁଁ ମଧ୍ୟ ସେଇ ଭିଡିଓ ଦେଖିଛି। ସେଥିରେ ସେ ଭାବପ୍ରବଣ ହୋଇଛନ୍ତି। ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। କିନ୍ତୁ ଜଣେ ସାଂସଦ ହିସାବରେ ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କ’ଣ କରୁଛନ୍ତି, ସେ ସଂପର୍କରେ ଭିଡିଓରେ କିଛି କହି ନାହାନ୍ତି। କେନ୍ଦ୍ରାପଡ଼ାବାସୀଙ୍କୁ ସାହାଯ୍ୟ କରୁଛନ୍ତି ନା ନାହିଁ, ସେମାନଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି ନା ନାହିଁ, ତାହା ବି କହି ନାହାନ୍ତି। ଏ ବିଷୟରେ ଦୁଇ ପଦ କହିଥିଲେ ଖୁସି ହୋଇଥା’ନ୍ତି।

ଶ୍ରୀ ସାମନ୍ତରାୟ କହିଛନ୍ତି, କେନ୍ଦ୍ରାପଡ଼ାରେ ସବୁ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଏ। ତାଙ୍କୁ ଡକାଯାଏ ନାହିଁ ବୋଲି କହିବା ଭୁଲ୍ ହେବ। କେଉଁ କାର୍ଯ୍ୟକ୍ରମକୁ ସେ ଯାଉଥିବେ ଓ କେଉଁ କାର୍ଯ୍ୟକ୍ରମକୁ ଯାଉ ନଥିବେ। କିନ୍ତୁ ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କୁ କେନ୍ଦ୍ରାପଡ଼ାରେ ଦେଖିବାକୁ ନଥିଲି। ଅନ୍ୟପକ୍ଷରେ ଆମର ସମସ୍ତ ପ୍ରାର୍ଥୀ ପୋଷ୍ଟରରେ ତାଙ୍କ ଫଟୋ ଲଗାଇଥିଲେ।

ସାଂସଦ ଅନୁଭବଙ୍କୁ କାହିଁକି ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରଖାଗଲା ନାହିଁ ବୋଲି ପଚରା ଯିବାରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ତାହା ଦଳର ନିଷ୍ପତ୍ତି। ସ୍ଥାନୀୟ ଅଞ୍ଚଳକୁ ଦୃଷ୍ଟିରେ ରଖି ଷ୍ଟାର ପ୍ରଚାରକ ବଛାଯାଇଛି। ତେଣୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇନି ବୋଲି ତାଙ୍କୁ ଅଣାଦେଖା ବା କୋଣଠେସା କରାଯାଉଛି କହିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ସାମନ୍ତରାୟ କହିଛନ୍ତି, ଲୋକଙ୍କ ମତ ଜଣେ ରାଜନେତାଙ୍କ ମାପକାଠି। କିଏ କେମିତି ଲୋକଙ୍କ ପାଇଁ କାର୍ଯ୍ୟ କରୁଛି, ତାହା ଦେଖାଯାଏ। ଦଳ ଯେତେବେଳେ କୌଣସି ନିଷ୍ପତ୍ତି ନିଏ, ସେତେବେଳେ କାର୍ଯ୍ୟଦକ୍ଷତା, ନିଷ୍ଠା, ପରିସ୍ଥିତି ଓ ଜିତିବାର ଦକ୍ଷତାକୁ ଦୃଷ୍ଟିକୁ ନିଏ। ଆଉ ଏସବୁ ନିଷ୍ପତ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି।

ସୂଚନାଯୋଗ୍ୟ, ଫେସ୍‌ବୁକ୍‌ରେ ଅନୁଭବ ଶେଆର କରିଥିବା ଭିଡିଓଟି ଅଧାଘଣ୍ଟାରୁ ଅଧିକ ଅବଧିର ହୋଇଥିବା ବେଳେ ସେ ଏଥିରେ ତାଙ୍କ ପରିବାର, ବାପାମା’, ପ୍ରେମ କାହାଣୀ, ବୈବାହିକ ଜୀବନ ବିଷୟରେ କହିଛନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ଥିଲେ ବି ଭଲ ପାଇ ଭୁଲ୍ କରିଥିବା ସେ କହିଛନ୍ତି। ଭଲ ପାଇଥିଲେ ବୋଲି ତାଙ୍କୁ କୋର୍ଟ ଓ ଥାନାକୁ ଦୌଡ଼ିବାକୁ ପଡ଼ୁଛି ବୋଲି କହିଛନ୍ତି। ଏମିତିକି ସେ ଏକଦା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ବି କହିଥିଲେ। ଭିଡିଓ ଶେଷ ଆଡ଼କୁ ସେ କହିଥିଲେ ଯେ ଏହା ଶେଆର ହେବା ପରେ ତାଙ୍କ ରାଜନୀତିକ କ୍ୟାରିଅର କ’ଣ ହେବ, ତାହା କହି ହେବ ନାହିଁ। ତେବେ ଫଳାଫଳ ଯାହା ହେଉନା କାହିଁକି, ସେ ତାହାକୁ ଗ୍ରହଣ କରି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos