ବିଜୟଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସୁସ୍ଥ ଥିବା ଓଡ଼ିଆ ସିନେମାର ବରିଷ୍ଠ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଭେଟିଛନ୍ତି। ଶ୍ରୀମତି ଷଡ଼ଙ୍ଗୀ ତାଙ୍କୁ ହସ୍‌ପିଟାଲ୍‌ରେ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହା ସହିତ ସେ ବିଜୟ ମହାନ୍ତିଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି, ଯେଉଁଥିରେ ସେ ବିଜୟ ମହାନ୍ତିଙ୍କ […]

odisha12

Jitendra Garnayak
  • Published: Sunday, 14 June 2020
  • , Updated: 15 June 2020, 08:45 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସୁସ୍ଥ ଥିବା ଓଡ଼ିଆ ସିନେମାର ବରିଷ୍ଠ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଭେଟିଛନ୍ତି। ଶ୍ରୀମତି ଷଡ଼ଙ୍ଗୀ ତାଙ୍କୁ ହସ୍‌ପିଟାଲ୍‌ରେ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହା ସହିତ ସେ ବିଜୟ ମହାନ୍ତିଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି, ଯେଉଁଥିରେ ସେ ବିଜୟ ମହାନ୍ତିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଅସୁସ୍ଥତା ହେତୁ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଗତ ମାସରୁ ଚିକିତ୍ସିତ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରର କେୟାର ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏବେ ଏହି ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିବ।

ବିଜୟଙ୍କୁ ଆଣିବାକୁ ଶୁକ୍ରବାର ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଅଭିମୁଖେ ଯାଇଥିଲା। ଦୁଇ ମେଡିକାଲର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଜୟ ମହାନ୍ତିଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ।

ସୂଚନାଯୋଗ୍ୟ, ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌କୁ ଚେକ୍‌ଅପ୍ ପାଇଁ ଯାଇଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଥିଲେ।

https://www.youtube.com/watch?v=25wV1yBpgas

Related story