ନମତରା ଗାଁରେ ପାଣି ଟାଙ୍କି ଉଦଘାଟନ କଲେ ବୈଜୟନ୍ତ
- Published: Monday, 12 February 2018
- , Updated: 12 February 2018, 02:21 PM IST
<p>କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ନମତରା ଗାଁରେ ଆଜି ପାଣି ଟାଙ୍କି ଉଦଘାଟନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ୧ଲକ୍ଷ ଲିଟର କ୍ଷମତା ସଂପନ୍ନ ଏହି ପାଣିଟାଙ୍କି କାର୍ଯ୍ୟକ୍ଷମ ହେବା ଫଳରେ ୧୦ ହଜାର ଲୋକ ଉପକୃତ ହେବେ। ଅଞ୍ଚଳରେ ବହୁ ଦିନ ଧରି ପିଇବା ପାଣି ସମସ୍ୟା ଲାଗି ରହିଥିଲା। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏମପି ଲାଡ୍ ପାଣ୍ଠିରୁ ୨୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପାଣି ଟାଙ୍କିର ନିର୍ମାଣ କରାଯାଇଛି। କେନ୍ଦ୍ରାପଡ଼ା ସାଂସଦଙ୍କ ପାଣ୍ଠିରେ ନିର୍ମିତ ଏହା ୧୪ତମ ପାଣିଟାଙ୍କି। କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ଏଭଳି ୫୭ଟି ପାଣିଟାଙ୍କି ନିର୍ମାଣ କରିବାର ଯୋଜନା ରହିଛି ବୋଲି ସାଂସଦ କିଛିଦିନ ତଳେ ସୂଚନା ଦେଇଥିଲେ।</p>