ଅଡିଟୋରିୟମ ଉଦ୍‌ଘାଟନ କଲେ ବୈଜୟନ୍ତ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠାରୁ ବଡ଼ ଅଡ଼ିଟୋରିୟମକୁ ଆଜି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଡେରାବିଶ ବ୍ଲକ ଗୁଆଳସିଂରେ ନିର୍ମିତ ଏହି ବହୁମୁଖୀ ଅଡିଟୋରିୟମ୍ ତଥା ଜିଲ୍ଲା ସଂସ୍କୃତି ଭବନର ନିର୍ମାଣରେ ଖର୍ଚ୍ଚ ହୋଇଛି ୩ କୋଟି ୯୬ ଲକ୍ଷ ଟଙ୍କା। ଯାହାକି ସାଂସଦ ପାଣ୍ଠିରେ ନିର୍ମିତ ରାଜ୍ୟର ସବୁଠାରୁ ବଡ଼ ପ୍ରକଳ୍ପ ଅଡିଟୋରିୟମ। ନିର୍ମାଣ ପାଇଁ କେନ୍ଦ୍ରାପଡା ସାଂସଦ ତାଙ୍କ ଏମ୍ପିଲାଡ୍ ପାଣ୍ଠିରୁ ୩ କୋଟି ୭୬ ଲକ୍ଷ […]

kendrapada

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 09:08 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠାରୁ ବଡ଼ ଅଡ଼ିଟୋରିୟମକୁ ଆଜି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଡେରାବିଶ ବ୍ଲକ ଗୁଆଳସିଂରେ ନିର୍ମିତ ଏହି ବହୁମୁଖୀ ଅଡିଟୋରିୟମ୍ ତଥା ଜିଲ୍ଲା ସଂସ୍କୃତି ଭବନର ନିର୍ମାଣରେ ଖର୍ଚ୍ଚ ହୋଇଛି ୩ କୋଟି ୯୬ ଲକ୍ଷ ଟଙ୍କା। ଯାହାକି ସାଂସଦ ପାଣ୍ଠିରେ ନିର୍ମିତ ରାଜ୍ୟର ସବୁଠାରୁ ବଡ଼ ପ୍ରକଳ୍ପ ଅଡିଟୋରିୟମ। ନିର୍ମାଣ ପାଇଁ କେନ୍ଦ୍ରାପଡା ସାଂସଦ ତାଙ୍କ ଏମ୍ପିଲାଡ୍ ପାଣ୍ଠିରୁ ୩ କୋଟି ୭୬ ଲକ୍ଷ ଓ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

ଗତମାସ ୨୪ ତାରିଖରେ ଏହି ଅଡିଟୋରିୟମ୍ ଉଦ୍‌ଘାଟନ ହେବାର ଥିଲା। କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ଦେଖାଦେଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ବୈଜୟନ୍ତ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ। ଆଜିର ଲୋକାର୍ପଣ ଉତ୍ସବରେ ବହୁ ସଂଖ୍ୟାରେ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

ଏନେଇ କ’ଣ କହୁଛନ୍ତି ସାଂସଦ ପଣ୍ଡା ଶୁଣନ୍ତୁ ଭିଡିଓ।

https://www.youtube.com/watch?v=OWvdFlrvoFs

Related story