ସାଂସଦଙ୍କ ଫେକ୍ ଭିଡିଓ: ଦେଢ଼ବର୍ଷ ଯାଏ ଶୋଇଥିଲା କାହିଁକି ପୁଲିସ୍?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୁଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠୁଛି। ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୁଲିସ୍। ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭିର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ। […]

keonjhar

keonjhar

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 04:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୁଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠୁଛି। ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୁଲିସ୍। ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭିର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଏହାରି ଭିତରେ ଅଭିଯୁକ୍ତମାନେ ଜେଲ୍ ଯାଇ ଫେରିସାରିଲେଣି।

ଗିରଫ ଅଭିଯୁକ୍ତଙ୍କ ଭିତରେ ଏକ ନିର୍ଦ୍ଦିଷ୍ଟ ଦଳର କିଛି କର୍ମୀ ବି ଥିଲେ ହେଲେ ଆର୍‌ଟିଆଇ ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ୧୯ ମିନିଟର ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଖବର ପ୍ରସାରଣର ଠିକ୍ ପରଦିନ ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଦେଢ଼ବର୍ଷ ତଳର ଏହି ମାମଲାରେ ଗୁନ୍ଥା ଯିବାର ରହସ୍ୟ କଣ? ଯେଉଁ ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୁଲିସ୍ ଜଘନ୍ୟ ଅପରାଧୀଙ୍କ ଭଳି ବ୍ୟବହାର କରି ମଝି ରାସ୍ତାରୁ ଉଠାଇ ନେଇଥିଲା।

ଗିରଫଦାରୀ ସମୟରେ ଏବଂ ପୁଲିସ୍ ରିମାଣ୍ଡରେ ଥିଲା ବେଳେ ସେତେବେଳେ ରମେଶ ରଥଙ୍କ ନାଁ ନେଇଥିଲେ କି ସଂପୃକ୍ତ ଅଭିଯୁକ୍ତ? ଅଭିଯୋଗକାରିଣୀ ବି ସେତେବେଳେ ତାଙ୍କ ବୟାନରେ ରମେଶ ରଥଙ୍କ ନାଁ ନେଇଥିଲେ କି ? ଯଦି ନେଇଥିଲେ ତାହେଲେ ଦୀର୍ଘ ଦେଢ଼ବର୍ଷ ଧରି ଏହା ଉପରେ କାହିଁକି ଚୁପ୍ ବସିଥିଲା ପୁଲିସ୍? ସେତେବେଳେ ଯଦି ଓଟିଭି ଅଫିସରେ ଏକ କମ୍ପ୍ୟୁଟରରେ ପ୍ରମାଣ ଥିବା ଅଭିଯୁକ୍ତ କହିଥିଲେ, ଦେଢ଼ବର୍ଷ ପରେ ସେଇ ପ୍ରମାଣ କଥା କଣ ଏବେ ମନେପଡ଼ିଲା? ଖୋଦ୍ ଜଣେ ଶାସକ ଦଳର ଆଦିବାସୀ ମହିଳା ସାଂସଦଙ୍କୁ ନ୍ୟାୟ ଦେବାରେ ପୁଲିସର ଏହା କିଭଳି ତତ୍ପରତା? ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବା କେବଳ ଉଦ୍ଦେଶ୍ୟ ନା ଧାରାବାହିକ ନାଟକ ଭଳି ଉପର ମହଲରୁ ସମୟକୁ ସମୟ ଆସୁଥିବା ସ୍କ୍ରିପ୍ଟ ଅନୁଯାୟୀ ଅଭିନୟ କରୁଛି ପୁଲିସ୍ ?

ଅପରପକ୍ଷେ ଏହି ଫେକ୍ ଭିଡିଓ ମାମଲାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନର ଦେଢ଼ ବର୍ଷ ପରେ ଏବେ ହଠାତ୍ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସକ୍ରିୟ ହେବା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟର ଉଡ଼ାଣ ସଂପର୍କିତ ଖବର ପ୍ରକାଶନ ପରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ରମେଶ ରଥଙ୍କୁ ଅଭିଯୁକ୍ତ ସଜାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଭିଡିଓ ରିଲିଜ୍ କରିବା, ଓଟିଭିକୁ ଟାର୍ଗେଟ୍ କରିବା ଏବଂ ଦେଢ଼ବର୍ଷ ପରେ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ବି ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ ଏହି ଫେକ୍ ଭିଡିଓ ମାମଲାରେ ଓଟିଭିର କୌଣସି ସଂପୃକ୍ତି ନାହିଁ। ଏହି ଭିଡିଓ ଯେତେବେଳେ ଭାଇରାଲ୍ ହୋଇଥିଲା ସେତେବେଳେ ଓଟିଭି ଏ ସଂପର୍କିତ ଭିଡିଓକୁ ପ୍ରସାରଣ ବି କରି ନଥିଲା। ପରବର୍ତ୍ତୀ ସମୟରେ ଓଟିଭିର ଜନୈକ ସାମ୍ବାଦିକଙ୍କୁ ସେ ବ୍ୟକ୍ତିଗତ ଆଧାରରେ କରିଥିବା କାର୍ଯ୍ୟକଳାପ ଅଭିଯୋଗରେ ପୁଲିସ୍ ଗିରଫ କରିବାରୁ, ସେତେବେଳେ ଚ୍ୟାନେଲ୍ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ତେଣୁ ଜାଣିଶୁଣି କାହିଁକି ଓଟିଭିକୁ ବଦନାମ କରିବାକୁ ବିଭିନ୍ନ ସ୍ତରରେ ଅପଚେଷ୍ଟା କରାଯାଉଛି, ତାକୁ ନେଇ ବି ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story