ରୋଗୀଙ୍କୁ ପୁରୁଣା ବେଡସିଟ୍‌ ମିଳିବା ପ୍ରତିବାଦରେ ଧାରଣାରେ ବସିଲେ ମନ୍ତ୍ରୀ

ବାଲେଶ୍ୱର ( ଓଡ଼ିଶା ରିପୋର୍ଟର): ବାଲେଶ୍ୱର ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତକାଲି    ମେଡିକାଲ କଲେଜ ପରିସରରେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ । ରୋଗୀଙ୍କୁ ମେଡିକାଲରେ ପୁରୁଣା ବେଡସିଟ୍‌ ଦିଆଯାଉଥିବା ଜାଣିବା ପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ପୂର୍ବରୁ ମେଡିକାଲରେ ଅବ୍ୟବସ୍ଥା ନେଇ ମନ୍ତ୍ରୀ ବାରମ୍ବାର CDMOଙ୍କୁ ଜଣାଇଥିଲେ ବି ଏହାର ସମାଧାନ ହୋଇନଥିଲା । ତେଣୁ ଏହା ପ୍ରତିବାଦରେ ସେ ଧାରଣାରେ ବସିଥିଲେ । […]

bls-1-1

Niharika Rout
  • Published: Thursday, 02 January 2020
  • , Updated: 02 January 2020, 07:38 AM IST

ବାଲେଶ୍ୱର ( ଓଡ଼ିଶା ରିପୋର୍ଟର): ବାଲେଶ୍ୱର ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତକାଲି    ମେଡିକାଲ କଲେଜ ପରିସରରେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ । ରୋଗୀଙ୍କୁ ମେଡିକାଲରେ ପୁରୁଣା ବେଡସିଟ୍‌ ଦିଆଯାଉଥିବା ଜାଣିବା ପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ ।

ପୂର୍ବରୁ ମେଡିକାଲରେ ଅବ୍ୟବସ୍ଥା ନେଇ ମନ୍ତ୍ରୀ ବାରମ୍ବାର CDMOଙ୍କୁ ଜଣାଇଥିଲେ ବି ଏହାର ସମାଧାନ ହୋଇନଥିଲା । ତେଣୁ ଏହା ପ୍ରତିବାଦରେ ସେ ଧାରଣାରେ ବସିଥିଲେ । ଖବର ପାଇ ଜିଲ୍ଲାପାଳ, ସିଡିଏମଓ ଓ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ  ଘଟଣାସ୍ଥଳକୁ ଆସି କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ।  ମେଡିକାଲରେ  ଥିବା ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ କେନ୍ଦ୍ରମନ୍ତ୍ରୀ ।

Related story