ସଂଗୀତା ସିଂହଦେଓଙ୍କୁ ଆକ୍ରମଣ, କହିଲେ ସ୍ମୃତି ଇରାନୀ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କୁ ଆକ୍ରମଣ । ଲୋକସଭାରେ ସଂଗୀତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଲେ ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସାଂସଦ ରାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସଂଗୀତା କହିଛନ୍ତି ଯେ,ବିରୋଧୀ ସାଂସଦ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ […]

6nm

Tapas Behera
  • Published: Tuesday, 03 March 2020
  • , Updated: 03 March 2020, 06:45 PM IST

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କୁ ଆକ୍ରମଣ । ଲୋକସଭାରେ ସଂଗୀତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଲେ ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସାଂସଦ ରାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସଂଗୀତା କହିଛନ୍ତି ଯେ,ବିରୋଧୀ ସାଂସଦ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ। ଉକ୍ତ ଦୁଇ ମହିଳା ସାଂସଦ ମତେ ଆକ୍ରମଣ କରିଥିବା ସଂଗୀତା କହିଛନ୍ତି।

ମୋ ହାତକୁ ଆଞ୍ଚୁଡ଼ି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ ବୋଲି ସଂଗୀତା ଅଭିଯୋଗ କରିଛନ୍ତି। ସ୍ମୃତି ଇରାନୀ ମୋତେ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି। ଘଟଣା ପରେ ମୁଁ ସଂସଦ ହସ୍ପିଟାଲ ଯାଇ ଚିକିତ୍ସା କରାଇଛି। ପରେ ମେଡିକାଲ ରିପୋର୍ଟ ସହ ବାଚସ୍ପତିଙ୍କୁ ଅଭିଯୋଗ କରିଛି ବୋଲି ସଂଗୀତା କହିଛନ୍ତି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସମ୍ପୃକ୍ତ ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି  ସଂଗୀତା ଦାବି କରିଛନ୍ତି।

Related story