ମମିତାଙ୍କ ପରିବାରକୁ ଭେଟିଲେ ସାଂସଦ ସଙ୍ଗୀତା ସିଂଦେଓ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ। ତୁରେଇକେଲା ଥାନା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ସାଂସଦ। ତାଙ୍କ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଭେଟିକାକୁ ଯାଇଛନ୍ତି। ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗିରଫ ହୋଇଛି ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ। ପୁଲିସ ତାକୁ ଗିରଫ କରିବା ପରେ ହତ୍ୟାର କାରଣ ଜଣାପଡ଼ିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର […]

BJP

BJP

Manoranjan Sial
  • Published: Wednesday, 20 October 2021
  • Updated: 20 October 2021, 05:33 PM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ। ତୁରେଇକେଲା ଥାନା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ସାଂସଦ। ତାଙ୍କ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଭେଟିକାକୁ ଯାଇଛନ୍ତି।

ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗିରଫ ହୋଇଛି ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ। ପୁଲିସ ତାକୁ ଗିରଫ କରିବା ପରେ ହତ୍ୟାର କାରଣ ଜଣାପଡ଼ିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ କରିବା ପାଇଁ ଗୋବିନ୍ଦକୁ ପୁଲିସ ରିମାଣ୍ଡରେ ନେଇଛି। ତେବେ ଏହାରି ଭିତରେ ଗୋବିନ୍ଦ ସହିତ ବିଜେଡିର ମାଳମାଳ ନେତାଙ୍କ ଫଟୋ ଭାଇରାଲ୍‌ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। କାରଣ ଶୁଣିବାକୁ ମିଳୁଛି ଗୋବିନ୍ଦ ହେଉଛନ୍ତି ଦିବ୍ୟଶଙ୍କର ଅତି ନିଜର ଲୋକ। ସେ ନିୟମିତ ଗୋବିନ୍ଦଙ୍କ ସ୍କୁଲକୁ ଯାଉଥିଲେ ଓ ରାତିରେ ରହୁଥିଲେ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି।

କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବିଜେପି ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ତ୍ରୀମଣ୍ଡଳରୁ କ୍ୟାପଟେନ୍‌ରୁ ବାହାର କରିଦେବାକୁ ଦାବି କରିଛି ବିଜେପି। ପରେ ବିଜେପି ପ୍ରତିନିଧି ଦଳ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସାଂସଦ ସଙ୍ଗୀତା ସିଂଦେଓ କହିଛନ୍ତି, ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଦୋଷୀ ବୋଲି ସ୍ୱୀକାର କରିଛି। ଏଥିରେ ସେ ଏକା ଦୋଷୀ ନାହିଁ। ଏହି ଘଟଣାରେ ଅନ୍ୟମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀମତୀ ସିଂଦେଓ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos