ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଏହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପୋଲଟି ଏହି ୨ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଏବେ ପୋଲ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଲଗାଣ ବର୍ଷା ଯୋଗୁଁ ଭାର୍ଗଭୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି । ଏହି କାଠ ପୋଲ ବହୁ ପୁରୁଣା ଥିବା ବେଳେ ନୂଆ ପୋଲ ଲାଗି ୫ ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହେଉନାହିଁ। ନଦୀରେ ଆସିଥିବା ଜଳରେ ଆପ୍ରୋଚ ରୋଡ଼ ମଧ୍ୟ ଧୋଇ ହୋଇଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ
ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ବଣ୍ଡାଘାଟିରେ ହିତାଧିକାରୀଙ୍କ ପାଖକୁ ଯାଇ ସମସ୍ୟା ଦୂର କରିବେ ବିଭାଗୀୟ ଅଧିକାରୀ।
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା କାର୍ଯ୍ୟନିର୍ଘଣ୍ଟ; ଡିସେମ୍ବର ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Crime
ସହିହେଲାନି ପୁଅବୋହୂଙ୍କ ନିର୍ଯାତନା; ଗୁହାଳରେ ଝୁଲି ପଡ଼ିଲେ ବୃଦ୍ଧ
ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି। ଯେଉଁଥିରେ ବୃଦ୍ଧ ଲେଖିଛନ୍ତି ଅନେକ କଥା।
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।