ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ବର୍ଷାରେ ଭୁଶୁଡ଼ି ପଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର। କାଳଜୟୀ ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନାଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ ୫ ନାତି ନାତୁଣୀଙ୍କ ସହ ଏଇ ଘରେ ରହି ଆସୁଛନ୍ତି।
ଘରଟି ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ବେଳେ ଆଜି କିଛି ଅଂଶ ଭୁଶୁଡ଼ି ପଡ଼ିଛି। ତେବେ ଅଭାବରେ ଥିଲେ ବି କାହାକୁ ମାଗିବାକୁ ଖରାପ ଲାଗୁଥିବାରୁ ଏଇ ଭଙ୍ଗାଘରେ ହିଁ ଜୀବନ ଯିବ ବୋଲି ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ କ୍ଷୋଭର ସହ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।