ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀ ଓ ସଚିବଙ୍କ ଜିଲ୍ଲା ଗସ୍ତ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ କରିବାକୁ ଦେଇଥିଲେ । ଏହାକୁ ଆଜି କିଛି ମନ୍ତ୍ରୀ କାର୍ଯ୍ୟକାରୀ କରିଥିବା ବେଳେ ଆସନ୍ତାକାଲିଠାରୁ ଅନ୍ୟମାନେ ଆରମ୍ଭ କରିବେ ବେଲି ଜଣାପଡିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ପରଫରମାନ୍ସ ମାପିବା ପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିଲେ । ଏବେ ଜିଲ୍ଲାଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ଏମାନଙ୍କ ପ୍ରଦର୍ଶନର ମାପଦଣ୍ଡ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ମନ୍ତ୍ରୀମାନେ ନିଜ ଜିଲ୍ଲାକୁ […]

sachibalaya

Rakesh Mallick
  • Published: Monday, 02 November 2015
  • , Updated: 03 November 2015, 03:12 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ କରିବାକୁ ଦେଇଥିଲେ । ଏହାକୁ ଆଜି କିଛି ମନ୍ତ୍ରୀ କାର୍ଯ୍ୟକାରୀ କରିଥିବା ବେଳେ ଆସନ୍ତାକାଲିଠାରୁ ଅନ୍ୟମାନେ ଆରମ୍ଭ କରିବେ ବେଲି ଜଣାପଡିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ପରଫରମାନ୍ସ ମାପିବା ପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିଲେ । ଏବେ ଜିଲ୍ଲାଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ଏମାନଙ୍କ ପ୍ରଦର୍ଶନର ମାପଦଣ୍ଡ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ମନ୍ତ୍ରୀମାନେ ନିଜ ଜିଲ୍ଲାକୁ ନ ଯାଇ ଅଲଗା ଅଲଗା ଜିଲ୍ଲା ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏ ନେଇ ସ୍ୱସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଜୀ ନାୟକ କହିଛନ୍ତି ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ  ସ୍ୱାସ୍ଥ୍ୟ ସେବା କିପରି ଚାଲିଛି । ଲୋକଙ୍କ ପାଖରେ ଠିକରେ ସ୍ୱସ୍ଥ୍ୟସେବା ପହଞ୍ଚୁଛି ନା ନାହିଁ ତାହାର ସମୀକ୍ଷା କରିବି । ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ପ୍ରଶାସନକୁ ଶାଣିତ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ଏପରି ଗସ୍ତ କରିବାକୁ କହିଛନ୍ତି। ବିଭାଗଗୁଡିକର କାମ କେମିତି ଚାଲିଛି ଗସ୍ତ ପରେ ତାହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ସ୍କୁଲ ଗଣଶିକ୍ଷା ଓ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ବିଭିନ୍ନ ଯୋଜନାରେ କାମ ଠିକରେ ହେଉଛି କି ନାହିଁ । କାମ ଶେଷ ହେବାରେ କେଉଁଠି ସମସ୍ୟା ରହିଛି ଗସ୍ତ ବେଳେ ତାହାର ତର୍ଜମା କରାଯିବ। କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କ୍ରୀଡାର ଉନ୍ନତି ଲାଗି ନିଆଯାଉଥିବା ପଦକ୍ଷେପ ଗ୍ରାମାଞ୍ଚଳରେ ଠିକରେ ପହଞ୍ଚୁଛି କି ନାହିଁ ତାହା ଗସ୍ତରୁ ଜଣାପଡିବ। ଯେଉଁଠି ସମସ୍ୟା ଥିବା ତାହାର ସମାଧାନ କରାଯାଇ ସମସ୍ତଙ୍କ ପାଖରେ ଯୋଜନାର ସୁଫଳ ଯେପରି ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ନିଆଯିବ।

Related story