ପାରାଦୀପ ପୌର ପରିଷଦ ୬ ନମ୍ବର ଓ୍ୱାର୍ଡରେ ଚାଲିଛି ଉପନିର୍ବାଚନ

Ordigital Desk
  • Published: Tuesday, 16 January 2018
  • , Updated: 16 January 2018, 10:21 AM IST
<p>ପାରାଦୀପ: ପାରାଦୀପ ପୌର ପରିଷଦର ୬ ନମ୍ବର ଓ୍ୱାର୍ଡର ଉପନିର୍ବାଚନ ଲାଗି ଆଜି ମତଦାନ ଚାଲିଛି। ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। &nbsp;ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ଏହି ଓ୍ୱାର୍ଡ ପାଇଁ ମୋଟ ୧୬,୮୮ ଭୋଟର ରହିଛନ୍ତି।</p> <p>ମତଦାନ ପାଇଁ ଦୁଇଟି ବୁଥ୍ କରାଯାଇଛି। ସେହିଭଳି ଶାନ୍ତି ଶୃଙ୍ଖଳା ପାଇଁ ୨ ପ୍ଲାଟୁନ୍&nbsp; ପୋଲିସ ଫୋର୍ସ ମୁତୟନ କରାଯାଇଛି। ୬ ନମ୍ବର ଓ୍ୱାର୍ଡ ପାଇଁ ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଛି। ପୂର୍ବରୁ ଏହି ଓ୍ୱାର୍ଡ ବିଜେଡି ଦଖଲରେ ଥିଲା। ଗତ ମେ&rsquo; ୩୦ ତାରିଖରେ କାଉନସିଲର ମଞ୍ଜୁଲତା ଜେନାଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ କରାଯାଉଛି।</p>

Related story