ବାହା ନ ହେବାରୁ ପ୍ରେମିକକୁ ହାଣିଦେଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପ୍ରତାରଣାରୁ ହତ୍ୟା। ଆଉ ତା ପରେ ଥାନାରେ ପ୍ରେମିକାର ଅତ୍ମସମର୍ପଣ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦା ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି। ସେ ବାଲେଶ୍ୱରରେ ଥିବା ଭାରତୀୟ ଖାଦ୍ୟ ନିଗମରେ  ୱାଚ୍‌ମ୍ୟାନ ଭାବେ କାମ କରନ୍ତି। ବାଢାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିରିସବଣି ଅଞ୍ଚଳରେ। ସେ ବିବାହିତ ଓ ଦୁଇ ସନ୍ତାନର ଜନକ । ହେଲେ କିଛି […]

police-1-1

Niharika Rout
  • Published: Wednesday, 18 December 2019
  • , Updated: 18 December 2019, 02:29 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପ୍ରତାରଣାରୁ ହତ୍ୟା। ଆଉ ତା ପରେ ଥାନାରେ ପ୍ରେମିକାର ଅତ୍ମସମର୍ପଣ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦା ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି। ସେ ବାଲେଶ୍ୱରରେ ଥିବା ଭାରତୀୟ ଖାଦ୍ୟ ନିଗମରେ  ୱାଚ୍‌ମ୍ୟାନ ଭାବେ କାମ କରନ୍ତି।

ବାଢାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିରିସବଣି ଅଞ୍ଚଳରେ। ସେ ବିବାହିତ ଓ ଦୁଇ ସନ୍ତାନର ଜନକ । ହେଲେ କିଛି ଦିନ ତଳେ ତାଙ୍କର ଆଉ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ତାଙ୍କୁ ନେଇ ସେ ବାଲେଶ୍ୱରସ୍ଥିତ ଭଡା ଘରେ ରହୁଥିଲେ। ମହିଳାଜଣକ ବାଢାଙ୍କୁ ବାରମ୍ବାର ବିବାହ ପାଇଁ କହୁଥିଲେ ହେଁ ସେ ରାଜି ହେଉ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ମନୋମାଳିନ୍ୟ ଲାଗି ରହିଥିଲା।

ହେଲେ ଗତକାଲି ରାତିରେ ମହିଳା ଜଣକ ଚରମ ପଦକ୍ଷେପ ନେଇଥିଲେ। ବାଢା ରାତିରେ ଖାଇ ପିଇ ଶୋଇବା ପରେ ଏକ ଧାରୁଆ ଭୁଜାଲିଲେ ହାଣି ପକାଇଥିଲେ।

ଆଜି ସକାଳୁ ବାଢାଙ୍କର ଜଣେ ସହଯୋଗୀ ତାଙ୍କୁ ଡାକିଥିଲେ। ହେଲେ କେହି କବାଟ ନ ଖୋଲିବାରୁ ଝରକା ବାଟେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ବାଢାଙ୍କ ବେକକୁ ହଣାଯାଇଛି। ସେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ି ରହିଛନ୍ତି।  ଅନ୍ୟ ସହକର୍ମୀଙ୍କ ସହ ଆସି କବାଟ ଖୋଲିଥିଲେ। ହେଲେ ସେତେବେଳକୁ ବାଢାଙ୍କର ମୃତ୍ୟୁ ଘଟି ସାରିଥିଲା। ସଦଦେବଖୁଣ୍ଟା ଥାନା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

ତେବେ ଅଭିଯୁକ୍ତ ମହିଳା ସୀତା ହେମ୍ବ୍ରମଙ୍କ କହିବା ଅନୁଯାୟୀ, ବାଢାଙ୍କ ସ୍ତ୍ରୀ ଓ ପିଲା ଗାଁରେ ରହୁଥିବାବେଳେ ବାଢା ତାଙ୍କୁ ୧୨ ବର୍ଷ ହେଲା ବାଲେଶ୍ୱରେ ରଖିଥିଲେ। ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି। ହେଲେ ସେ ତାଙ୍କୁ ବିବାହ କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲା। ଏପରିକି ୪ ଦିନ ତଳେ ମଧ୍ୟ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା।

ଅନ୍ୟପକ୍ଷେ ବାଢାଙ୍କ ଅଫିସ୍‌ ସହକର୍ମୀମାନେ ତାଙ୍କର ପରକୀୟା ପ୍ରୀତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ବାଢାଙ୍କୁ ହତ୍ୟା କରିବା ପରେ ସୀତା ଟ୍ରେନ୍‌ରେ ବାଲେଶ୍ୱରରୁ ବାରିପଦା ପଳାଇଥିଲେ। ସେଠାରେ ସଦର ଥାନାରେ ଆତ୍ମସମର୍ପଣ କରିଥିଲେ।

 

Related story