ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଭିଯୁକ୍ତ ଗିରଫ

Ordigital Desk
  • Published: Monday, 26 March 2018
  • , Updated: 26 March 2018, 10:04 PM IST
<p>ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁର୍ମୂଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି।</p> <p>ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିଲେ। ଏହି ସମୟରେ ପଡୋଶୀ ଜୁମା ଖାଁ ଆମ୍ବ ଦେବାର ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲେ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘର ଭିତରେ ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ପରେ ନାବାଳକ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ। ନାବାଳକ ଜଣକ ଚେତାଶୂନ୍ୟ ହୋଇଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମୁର୍ମୂଷୁ ଅବସ୍ଥାରେ ପିଲାଟିକୁ ଉକ୍ତ ଭଙ୍ଗା ଘରୁ ଉଦ୍ଧାର କରିଥିଲେ। ଏପରି ଅମାନୁଷିକ କାଣ୍ଡ କରିଥି ଅଭିଯୁକ୍ତ ସ୍ୱୀକାର କରିଛି। ପରେ ପୋଲିସ୍ ତାକୁ ଗିରଫ କରିଛି।</p>

Related story