ରାସ୍ତା ଉପରେ ଠିଆ ହୋଇଥିବା ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାତିରେ ଯୁବକ ଜଣକ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଦୁଇ ଜଣ ଯୁବକ ବାଇକରେ ଆସି ଏକ ଧାରୁ ଅସ୍ତ୍ରରେ ବେକ କାଟି ପଳାଇ ଗଲେ। ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଞ୍ଜିଆପଲ୍ଲୀ ଗାଁରେ। ଚିତ୍କାର ଶୁଣି ପାଖ ପଡୋଶୀ ଦୌଡ଼ି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଶନିବାର ରାତିରେ ଲାଞ୍ଜିଆପଲ୍ଲୀ ଗାଁର ଜିତୁ ପାତ୍ର ରାସ୍ତା […]

download

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 06:22 AM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାତିରେ ଯୁବକ ଜଣକ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଦୁଇ ଜଣ ଯୁବକ ବାଇକରେ ଆସି ଏକ ଧାରୁ ଅସ୍ତ୍ରରେ ବେକ କାଟି ପଳାଇ ଗଲେ। ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଞ୍ଜିଆପଲ୍ଲୀ ଗାଁରେ। ଚିତ୍କାର ଶୁଣି ପାଖ ପଡୋଶୀ ଦୌଡ଼ି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ଶନିବାର ରାତିରେ ଲାଞ୍ଜିଆପଲ୍ଲୀ ଗାଁର ଜିତୁ ପାତ୍ର ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଜିତୁଙ୍କ ଟଣ୍ଟି କାଟି ଦ୍ରୁତ ଗତିରେ ପଳାଇ ଯାଇଥିଲେ। ଚିତ୍ସାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story