ଗୋଡ଼ାଇ ଗୋଡ଼ାଇ ହାଣିଲେ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଘଟିଛି  ଏକ ବୀଭତ୍ସ ହତ୍ୟାକାଣ୍ଡ ।  ଗାଁ ଦାଣ୍ଡରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ।  ଘଟଣା ଘଟିଛି କୂଳତରତଙ୍ଗ ଗାଁରେ।  ସୂଚନା ଅନୁସାରେ ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଅପରାଧୀ ନୃସିଂହ ବାରିକକୁ ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ହତ୍ୟା କରିଛନ୍ତି।  ମୃତ ନୃସିଂହ ନାଁରେ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଭଳି ସଙ୍ଗୀନ ମାମଲା ରହିଛି।  ଏହି ଘଟଣାରେ ଜଣେ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।