ଢ଼ାବାରେ ଗଲା ଜୀବନ: ସହକର୍ମୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଛତ୍ରିଆକଣ୍ଟାରରେ ଥିବା ଗୁନଗୁନ ଢ଼ାବାରେ ଏକ ହତ୍ୟାକାଣ୍ଡ ଘଟିଛି। ଢ଼ାବାର ଜଣେ କର୍ମଚାରୀଙ୍କୁ ତାଙ୍କ ସହକର୍ମୀ ପଥରେ ଛେଚି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଲଇକେରା ଥାନା ଅଞ୍ଚଳର ଅଜୁ ପରୁଆ(୩୯)। ପୋଲିସର କହିବା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଅଜୁ ଓ ଅଜୟ ମୁଣ୍ଡଙ୍କ ଢ଼ାବାରେ ଏକାଠି ଶୋଇଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଢ଼ାବାର ଚୌକି, ଟେବୁଲ […]

murder

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 12:17 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଛତ୍ରିଆକଣ୍ଟାରରେ ଥିବା ଗୁନଗୁନ ଢ଼ାବାରେ ଏକ ହତ୍ୟାକାଣ୍ଡ ଘଟିଛି। ଢ଼ାବାର ଜଣେ କର୍ମଚାରୀଙ୍କୁ ତାଙ୍କ ସହକର୍ମୀ ପଥରେ ଛେଚି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଲଇକେରା ଥାନା ଅଞ୍ଚଳର ଅଜୁ ପରୁଆ(୩୯)।

ପୋଲିସର କହିବା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଅଜୁ ଓ ଅଜୟ ମୁଣ୍ଡଙ୍କ ଢ଼ାବାରେ ଏକାଠି ଶୋଇଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଢ଼ାବାର ଚୌକି, ଟେବୁଲ ଓ କାଚ ବୋତଲ ସବୁ ଭଙ୍ଗାଯାଇଛି।

ଏହି ସମୟରେ ଅଜୟ, ଅଜୁକୁ ହତ୍ୟା କରି ଫେରାର ହୋଇଯାଇଥିଲା ପୋଲିସ୍‌ କହୁଛି। ରାଜୁର ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ସାଇଣ୍ଟିଫିକ୍‌ ଟିମ୍ ସହ ପୋଲିସ ଘଟଣାର ତଦନ୍ତ କରୁଛି। ଏନେଇ ତାଲପଟିଆ ଫାଣ୍ଡିରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

Related story