ସ୍ତ୍ରୀକୁ ମାରି କଟାମୁଣ୍ଡ ସହ ଥାନାରେ ସ୍ୱାମୀ

କୋଣାର୍କ (ସଞ୍ଜୟ ପତି): ସନ୍ଦେହ ଏକ ପରିବାରକୁ ଜାଳି ଛାରଖାର କରି ଦେଇଛି। ପରକିୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ କଟୁରିରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଛନ୍ତି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗାଁରେ। ମୃତ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା। ତାଙ୍କ ସ୍ୱାମୀଙ୍କ ନାଁ ଗଣେଶ ବେହେରା। ଅସ୍ତରଙ୍ଗ ପୁଲିସ୍‌ ଗଣେଶଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, […]

konark

Jyoshna Pradhan
  • Published: Monday, 26 August 2019
  • , Updated: 26 August 2019, 07:24 PM IST

କୋଣାର୍କ (ସଞ୍ଜୟ ପତି): ସନ୍ଦେହ ଏକ ପରିବାରକୁ ଜାଳି ଛାରଖାର କରି ଦେଇଛି। ପରକିୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ କଟୁରିରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଛନ୍ତି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗାଁରେ। ମୃତ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା। ତାଙ୍କ ସ୍ୱାମୀଙ୍କ ନାଁ ଗଣେଶ ବେହେରା। ଅସ୍ତରଙ୍ଗ ପୁଲିସ୍‌ ଗଣେଶଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗଣେଶ ଚେନ୍ନାଇରେ ଏକ ଗ୍ରୋସରି ଦୋକାନରେ କାମ କରୁଥିଲେ। ଅନ୍ନପୂର୍ଣ୍ଣା ବି ସେଠାରେ ତାଙ୍କ ସହିତ ରହୁଥିଲେ। ତେବେ ଅନ୍ନପୂର୍ଣ୍ଣାଙ୍କର ଆଉ କାହା ସହିତ ସଂପର୍କ ଅଛି ବୋଲି ସେ ସନ୍ଦେହ କରୁଥିଲେ। ତେଣୁ ଘରେ ସବୁଦିନେ ଗଣ୍ଡଗୋଳ ଲାଗି ରହୁଥିଲା। ୧୫ ଦିନ ତଳେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗଣେଶ ତାଙ୍କୁ ପିଟି ମୁଣ୍ଡ ଫଟାଇ ଦେଇଥିଲେ। ଏହା ପରେ ତାଙ୍କ ଗାଁକୁ ଚାଲି ଆସିଥିଲେ। ଏହା ଜାଣିବା ପରେ ଅନ୍ନପୂର୍ଣ୍ଣାଙ୍କ ଭାଇ ଚେନ୍ନାଇ ଯାଇଥିଲେ ଓ ତାଙ୍କୁ ଘରକୁ ନେଇ ଆସିଥିଲେ। ଗତ ୨୦ ତାରିଖରେ ଦୁଇ ପରିବାର ବସି ସମସ୍ୟାର ଆପୋଷ ସମାଧାନ କରିଥିଲେ। ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ ଦୁହିଁଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା।  ଏହି ସମୟରେ ଗଣେଶ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳରେ ଅନ୍ନପୂର୍ଣ୍ଣାଙ୍କୁ ପିଟି ପିଟି ଅଚେତ କରି ଦେଇଥିଲେ। ଆଖପାଖ ଲୋକେ ଡକାହକା ହୋଇ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଡାକିବା ମଧ୍ୟରେ ଗଣେଶ ଏକ କଟୁରିରେ ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ। ତା’ପରେ ରାତି ପ୍ରାୟ ଗୋଟାଏ ବେଳେ କଟା ମୁଣ୍ଡକୁ ଧରି ଅସ୍ତରଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲେ।

ପୁଲିସ୍‌ ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡଗଣ୍ଡିକୁ ଏକତ୍ର କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତାଙ୍କ ଶାଶୂ, ଶ୍ୱଶୁର, ଦେଢ଼ଶୁର ଓ ଯାଆ ପ୍ରମୁଖ ଫେରାର ହୋଇଯାଇଛନ୍ତି। ସେମାନେ ଅନ୍ନପୂର୍ଣ୍ଣାଙ୍କ ୧୯ ମାସର ଶିଶୁପୁତ୍ରକୁ ବି ସାଙ୍ଗରେ ନେଇ ପଳାଇଛନ୍ତି।  ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related story